ଜାଣନ୍ତୁ ଆନଜାଇଟି ଆଟାକ୍‌ ଏବଂ ପ୍ୟାନିକ୍‌ ଆଟାକ୍‌ ମଧ୍ୟରେ କ’ଣ ରହିଛି ପାର୍ଥକ୍ୟ

ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ହେବା ଯୋଗୁ ଲୋକମାନେ ଡିପ୍ରେସନର ଶିକାର ହୁଅନ୍ତି । ଆନଜାଇଟି ଓ ପ୍ୟାନିକ୍‌ ଆଟାକ୍‌ରେ ପୀଡିତ ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଲାଣି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଆନଜାଇଟି ଓ ପ୍ୟାନିକ୍‌ ଆଟାକ୍‌ ପରସ୍ପର ଠାରୁ ଭିନ୍ନ ହୋଇଥାଏ ।

ଲୋକମାନଙ୍କ ବର୍ତ୍ତମାନର ଲାଇଫ୍‌ଷ୍ଟାଇଲ୍‌ ଯୋଗୁ ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡୁଛି । ତେବେ ସେ କାମର ପ୍ରେସର, ନଚେତ ସେ ପରସ୍ପର ଠାରୁ କାମରେ ଆଗକୁ ବଢିବା ପାଇଁ କମ୍ପିଟିସନ୍‌, ଇର୍ସା କିମ୍ବା କୌଣସି କଥାରେ ସଫଳତା ଓ ବିଫଳତା ଇତ୍ୟାଦି ଜିନିଷ ଯୋଗୁଁ ଲୋକମାନେ ଅଧିକ ଷ୍ଟେସ୍‌ ହୁଅନ୍ତି ଏବଂ ଧୀରେ ଧୀରେ ଡିପ୍ରେସନ୍‌କୁ ଯାଆନ୍ତି । ଏପରି ଭାବେ ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ହେବା ଯୋଗୁ ଲୋକମାନେ ଡିପ୍ରେସନର ଶିକାର ହୁଅନ୍ତି । ଆନଜାଇଟି ଓ ପ୍ୟାନିକ୍‌ ଆଟାକ୍‌ରେ ପୀଡିତ ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଲାଣି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଆନଜାଇଟି ଓ ପ୍ୟାନିକ୍‌ ଆଟାକ୍‌ ପରସ୍ପର ଠାରୁ ଭିନ୍ନ ହୋଇଥାଏ । ସେଥିପାଇଁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ ଆନଜାଇଟି ଓ ପ୍ୟାନିକ୍‌ ଆଟାକ୍‌ ମଧ୍ୟରେ ପାର୍ଥକ୍ୟ କ’ଣ ରହିଛି ।

ଆନଜାଇଟି ଆଟାକ୍‌ କ’ଣ ?
ଆନଜାଇଟି ଆଟାକ୍‌ ପଛରେ ଏକ ବିରାଟ ସମସ୍ୟା ଏବଂ ଯନ୍ତ୍ରଣା ଲୁଚି ରହିଥାଏ । ଅତ୍ୟଧିକ ଚିନ୍ତା ଏବଂ ଚାପ ଯୋଗୁଁ ଜଣଙ୍କୁ ଆନଜାଇଟି ଆଟାକ୍‌ର ସାମ୍ନା କରିବାକୁ ପଡିଥାଏ । ବେଳେବେଳେ ମସ୍ତିଷ୍କର ମାଂସପେଶୀରେ ଟେନସନ ହେତୁ ଏହି ଆଟାକ୍‌ର ଆଶଙ୍କା ମଧ୍ୟ ବଢିଯାଇଥାଏ । ଏହା ବ୍ୟାତୀତ ଯଦି ଆପଣଙ୍କର କୌଣସି ପ୍ରକାରର ଦୁର୍ଘଟଣା କିମ୍ବା କିଛି କଥାକୁ ନେଇ ଖରାପ ଅନୁଭୂତି ଯୋଗୁ ଏପରି ଆନଜାଇଟି ଆଟାକ୍‌ ହେବାର ସମ୍ଭାବନା ବଢିଯାଇଥାଏ ।

ଆନଜାଇଟି ଆଟାକ୍‌ ଲକ୍ଷଣ :
ତେବେ ଆନଜାଇଟି ଆଟାକ୍‌ ହେବାର ଲକ୍ଷଣ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା, ହାର୍ଟ ବିଟ୍‌ ଜୋର ଚାଲିବା, ଝାଳ ବାହାରିବା, ଡର ଲାଗିବା, ହାତ ଥରିବା ପରି ଅନେକ ସମସ୍ୟା ହୋଇପାରେ । ସେଥିପାଇଁ ଯଦି କେବେ ଏପରି ହେଉଛି ତାହେଲେ ଆପଣ ଏହା ପ୍ରତି ଧ୍ୟାନ ଦିଅନ୍ତୁ ।

ପ୍ୟାନିକ୍‌ ଆଟାକ୍‌ କ’ଣ ?
ତେବେ କିଛି ଲୋକମାନଙ୍କୁ ପ୍ୟାନିକ୍‌ ଆଟାକ୍‌ ହଠାତ୍‌ ଆସିଥାଏ । ଏହା ବ୍ୟତୀତ କୁହାଯାଏ ଯେ ପ୍ୟାନିକ୍‌ ଆଟାକ୍‌ ବହୁତ ଜୋର୍‌ ଆସିଥାଏ । ବେଳେବେଳେ ଆମେ ଆମ ପ୍ରିୟ ଲୋକଙ୍କୁ ହରାଇବା ଯୋଗୁ ଏପରି ହୋଇଥାଏ । ତେବେ ପ୍ୟାନିକ୍‌ ଆଟାକ୍‌ କୌଣସି ସ୍ଥାନ କିମ୍ବା କୌଣସି ପରିସ୍ଥିତିରେ ହୋଇପାରେ ।

ପ୍ୟାନିକ୍‌ ଆଟାକ୍‌ ଲକ୍ଷଣ :
ତେବେ ପ୍ୟାନିକ୍‌ ଆଟାକ୍‌ ଆସିବାର ଅନେକ ଲକ୍ଷଣ ରହିଥାଏ, ଯେପରି ନିଶ୍ୱାସ ନେବାରେ ଅସୁବିଧା ହେବା,ବାନ୍ତି, ହାର୍ଟ ବିଟ୍‌ ଜୋର ଚାଲିବା, ବ୍ଲଡ ପ୍ରେସର ହାଇ ରହିବା, ଅଧିକ ଝାଳ ବାହାରିବା କିମ୍ବା ଅଧିକ ଡର ଲାଗିବା ଭଳି ଅନେକ ଲକ୍ଷଣ ରହିଥାଏ ।

ଜାଣନ୍ତୁ ଆନଜାଇଟି ଏବଂ ପ୍ୟାନିକ୍‌ ଆଟାକ୍‌ ମଧ୍ୟରେ ପାର୍ଥକ୍ୟ :
ପ୍ୟାନିକ୍‌ ଆଟାକ୍‌ ଯେକୌଣସି ସମୟରେ ଏବଂ ଯେକୌଣସି ସ୍ଥାନରେ ହୋଇପାରେ । ଯେତେବେଳେ କି ଆନଜାଇଟି ଆଟାକ୍‌ ଧୀରେ ଧୀରେ ଆରମ୍ଭ ହୁଏ ଏବଂ ଅଧିକ ଜୋର ହୋଇଥାଏ । ତେବେ ପ୍ୟାନିକ୍‌ ଆଟାକ୍‌ ଡର ଯୋଗୁ ହୋଇପାରେ ଏବଂ ଆନଜାଇଟି ଆଟାକ୍‌ ଚିନ୍ତା ହୋଇପାରେ । ଏପରି ମଧ୍ୟ ବେଳେବେଳେ ଆନଜାଇଟି ଆଟାକ୍‌ ବଡ ଦୁର୍ଘଟଣା ଯୋଗୁ ଏପରି ହୋଇପାରେ । ଏହା ସହ ପ୍ୟାନିକ ଆଟାକ୍‌ ବିନା କିଛି କାରଣ ଯୋଗୁ ମଧ୍ୟ ହୋଇପାରେ । ତେବେ ପ୍ୟାନିକ୍‌ ଆଟାକ୍‌ରେ ଆପଣ ଅତ୍ୟଧିକ ଚିନ୍ତିତ ହୋଇପାରନ୍ତି । ସେହିପରି ଆନଜାଇଟି ଆଟାକ୍‌ରେ ବେଳେବେଳ ଅଧିକ ହୋଇଥାଏ ତ ଆଉ କେତେବେଳେ କମ୍‌ ହୋଇଥାଏ । କିନ୍ତୁ ଆପଣ ଏହା ଜାଣିଛନ୍ତି କି ଆନଜାଇଟି ଆଟାକ୍‌ ଏବଂ ପ୍ୟାନିକ୍‌ ଆଟାକ୍‌ ଉଭୟ ଅତ୍ୟନ୍ତ ବିପଜ୍ଜନକ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.