Below header

ବଡ଼ ଧରଣର ଚୋରି: ଘରେ ପଶି ତାଲା କାଟି ସର୍ବସ୍ୱ ଲୁଟିନେଲେ

ଘରେ କଳାକନା ବୁଲାଇଲେ ଚୋର । ତାଲା କାଟି ଘରେ ପଶିବା ସହିତ ସର୍ବସ୍ୱ ଲୁଟିନେଲେ । ଲକର ଭାଙ୍ଗି ଟଙ୍କା ସୁନା ଗହଣା ନେଇ ଛୁ ମାରିଲେ ।

ଭଦ୍ରକ(କେନ୍ୟୁଜ୍): କଳାକନା ବୁଲାଇଲେ ଚୋର । ତାଲା କାଟି ଘରେ ପଶିବା ସହିତ ସର୍ବସ୍ୱ ଲୁଟିନେଲେ । ଗଡ଼ରେଜ୍ ଭାଙ୍ଗି ଟଙ୍କା ସୁନା ଗହଣା ନେଇ ଛୁ ମାରିଲେ । ଘର ଯାକ ଛିନ୍ ଛତ୍ର ହୋଇପଡିଛି ଲୁଗାପଟା । ଯାହାକୁ ଦେଖିଲେ ଅନୁମାନ କରିପାରିବେ କି ଘରେ ପଶି ସବୁ ଦରାଣ୍ଡି ପୋଛି ନେଇଛନ୍ତି ଚୋରମାନେ ।

ଭଦ୍ରକ ଗ୍ରାମାଞ୍ଚଳ ଥାନା ରାନ୍ଦିଆ ପଞ୍ଚାୟତ କୋରୋଣ୍ଟ ଗ୍ରାମରେ ହୋଇଛି ଏହି ବଡ଼ ଧରଣର ଚୋରି । ଏହି ଗ୍ରାମର ପ୍ରେମାନନ୍ଦ ମହାପାତ୍ର ୧୩ ଦିନ ତଳେ ମେଡ଼ିକାଲ ଚେକଅପ କରିବା ସହିତ କଟକରେ ରହୁଥିବା ନିଜ ଝିଅ ଘରକୁ ଯାଇଥିଲେ । ଗତକାଲି ସେ ଝିଅ ଘରୁ ଫେରି ନିଜ ଘରେ ପହଁଚି ଯାହା ଦେଖିଲେ ତାଙ୍କ ପାଦ ତଳୁ ମାଟି ଖସିଗଲା ।

ଘରେ ଚୋରି ହୋଇଥିବା ସେ ଜାଣିବାକୁ ପାଇଥିଲେ । ଏନେଇ ସେ ତୁରନ୍ତ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏତଲା ଦେଇଛନ୍ତି। ଶ୍ରୀ ମହାପାତ୍ରଙ୍କ କହିବା କଥା ଯେ ସେମାନଙ୍କ ଅନୁପସ୍ଥିତି ରେ ଚୋର ମାନେ ତାଙ୍କ ଘର ତାଲା କାଟି ଘରେ ପଶିବା ସହିତ ସର୍ବସ୍ୱ ଚୋରି କରି ନେଇଛନ୍ତି । ଚୋରି ସାମଗ୍ରୀ ମଧ୍ୟରେ ନଗଦ ୪ ଲକ୍ଷ ଟଙ୍କା ସହ ୩ ଗୋଟି ସୁନା ଚେନ,୨ ଗୋଟି ସୁନା ବଳା,୪ ହଳ କାନଫୁଲ,୧୦ ଗ୍ରାମ ଓଜନର ସୁନା କଏନ ଏବଂ କିଛି ମୂଲ୍ୟବାନ ଶାଢ଼ୀ ଏବଂ ଆସବାବ ପତ୍ର ରହିଛି । ଚୋର ମାନେ ଘର ଭିତରେ ଥିବା ସବୁ ରୁମ ର ତାଲା କାଟି ଏହି ଲୁଟପାଟ କରିଛନ୍ତି ।

ଏପଟେ ଅଭିଯୋଗ ପରେ ପିସିଆର ଟିମ୍ ପହଂଚି ଚୋରି ଗୃହର ଫଟୋ ଉଠାଇବା ସହିତ ତନାଘନା ଆରମ୍ଭ କରିଛି । ଏପଟେ ଗ୍ରାମାଞ୍ଚଳ ଥାନାକୁ ବି ଖବର ଦିଆଯାଇଥିଲା । ପ୍ରେମାନନ୍ଦଙ୍କ ଏତଲାକୁ ଆଧାର କରି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଏକ ଚୋରି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ତେବେ କହିରଖୁଛୁ କି ନିଜ ସୁରକ୍ଷା ନିଜ ହାତରେ । ଯଦି ଆପଣମାନେ ଘର ଛାଡି ବାହାରକୁ ବୁଲିବାକୁ କିମ୍ବା କୌଣସି କାମରେ ଯାଉଛନ୍ତି ତେବେ ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ସ୍ଥାନରେ ରଖିକି ଯାଆନ୍ତୁ । ଚୋରଙ୍କୁ ଆପଣଙ୍କ କଷ୍ଟ ଅର୍ଜିତ ଧନକୁ ଏମିତି ସହଜରେ ଲୁଟ୍ କରିବାକୁ ଦିଅନ୍ତୁ ନାହିଁ । ନିଜେ ସତର୍କ ରୁହନ୍ତୁ ଏବଂ ଅନ୍ୟକୁ ସଚେତନ କରନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.