ରେଳ ଲାଇନରୁ ଯୁବତୀଙ୍କ ମୃତଦେହ ଠାବ, ପରିଚୟ ଅସ୍ପଷ୍ଟ

ରେଳ ଲାଇନରୁ ଯୁବତୀଙ୍କ ମୃତଦେହ ଠାବ। ଟିଟିଲାଗଡ଼ ସହର ନିକଟ ମନୀଗା ରେଳ ଫାଟକ ନିକଟରୁ ଯୁବତୀଙ୍କ ମୃତଦେହ ଠାବ ହୋଇଛି । ମୃତ ଯୁବତୀଙ୍କ ପରିଚୟ ମିଳିପାରିନାହିଁ ।

ଟିଟିଲାଗଡ଼ (କେନ୍ୟୁଜ): ରେଳ ଲାଇନରୁ ଯୁବତୀଙ୍କ ମୃତଦେହ ଠାବ। ଟିଟିଲାଗଡ଼ ସହର ନିକଟ ମନୀଗା ରେଳ ଫାଟକ ନିକଟରୁ ଯୁବତୀଙ୍କ ମୃତଦେହ ଠାବ ହୋଇଛି । ରେଳ ଟ୍ରାକରେ ଶରୀର ଓ ମୁଣ୍ଡ ଅଲଗା ପଡି ରହିଛି । ମୃତ ଯୁବତୀଙ୍କ ପରିଚୟ ମିଳିପାରିନାହିଁ ।

ମୃତଦେହର କିଛି ଦୂର ନିକଟରେ ଯୁବତୀଙ୍କ ଚପଲ ପଡିରହିଛି । ଏହା ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ କିଛି ଲୋକ ପହଞ୍ଚି ରେଳବାହୀ ପୋଲିସକୁ ଖବର ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.