Below header

ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିଓ୍ଵାଲଙ୍କୁ ୪ର୍ଥ ଥର ସମନ, ୧୮ ପୂର୍ବରୁ ହାଜର ହେବାକୁ ପଡିବ

ଅବକାରୀ ଦୁର୍ନୀତି ମାମଲାରେ ଚତୁର୍ଥ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବ ତିନି ଥର ସମନ ପାଇଥିଲେ ବି ହାଜର ହୋଇନଥିଲେ କେଜ୍ରିୱାଲ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଇଡି ସମନ୍ । ଅବକାରୀ ଦୁର୍ନୀତି ମାମଲାରେ ଚତୁର୍ଥ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବ ତିନି ଥର ସମନ ପାଇଥିଲେ ବି ହାଜର ହୋଇନଥିଲେ କେଜ୍ରିୱାଲ। ଜାନୁଆରୀ ୧୮ ତାରିଖ ପୂର୍ବରୁ ହାଜର ହେବାକୁ ଇଡି ପକ୍ଷରୁ ସମନ ଜାରି କରି କୁହାଯାଇଛି । ନିର୍ବାଚନୀ ପ୍ରଚାର ନିମନ୍ତେ ଆସନ୍ତା ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ କେଜ୍ରିୱାଲ ଗୋଆରେ ରହିବେ ବୋଲି ଜଣାଯାଇଛି ।

ଇଡି ପକ୍ଷରୁ ଚତୁର୍ଥ ଥର ପାଇଁ କେଜ୍ରିଓ୍ଵାଲଙ୍କୁ ସମନ ଜାରି କରାଯାଇଛି । ପୂର୍ବରୁ ୩ ଥର ହାଜର ହେବାକୁ କୁହାଯାଇଥିଲା । ସେ ହାଜର ହୋଇନଥିଲେ । ତୃତୀୟ ଥର ସମନ ପାଇବା ପରେ ଆପ୍ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଥିଲା । ଦଳ କହିଥିଲା, କେଜ୍ରିୱାଲଙ୍କୁ ଇଡିର ସମନ ବେଆଇନ୍ । ଜାଣିୁଶୁଣି ହଇରାଣ କରିବାକୁ ଏପରି କରାଯାଉଛି । ମୋଦି ସରକାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ହାତବାରିସି କରି ବିରୋଧୀମାନଙ୍କୁ ହଇରାଣ କରିବାକୁ ଚେଷ୍ଟା କରୁଛି । ଅବକାରୀ ଦୁର୍ନୀତି ମାମଲାରେ ଆପ୍ ଅଡ଼ୁଆରେ ପଡ଼ିଛି ।

୨୦୨୧ ମାର୍ଚ୍ଚ ୨୨ରେ ମନୀଷ ସିସୋଦିଆ ନୂଆ ମଦ ନୀତି ଘୋଷଣା କରିଥିଲେ । ସେହିବର୍ଷ ନଭେମ୍ବର ୧୭ରେ ନୂଆ ମଦ ନୀତି ଅର୍ଥାତ୍‌ ମଦ ନୀତି ୨୦୨୧-୨୨ ଲାଗୁ କରାଯାଇଥିଲା । ନୂଆ ମଦ ନୀତି ଆଣିବା ପଛରେ ସରକାର ତର୍କ ଦେଇଥିଲେ କି, ଏହାଦ୍ୱାରା ମାଫିଆ ରାଜ୍‌ ଶେଷ ହେବ ଏବଂ ସରକାରଙ୍କ ରାଜସ୍ୱ ବୃଦ୍ଧି ପାଇବ ।

ପୂର୍ବରୁ ଡିସେମ୍ବର ୨ରେ ମଧ୍ୟ ଇଡି ନୋଟିସ୍‌ ପଠାଇଥିଲା । କିନ୍ତୁ କେଜ୍ରିଓ୍ଵାଲ ଏହାକୁ ବେଆଇନ ବୋଲି କହି ନୋଟିସ୍‌ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ ଏବଂ ଇଡିରେ ହାଜର ହୋଇ ନ ଥିଲେ। ଡିସେମ୍ବର ୧୮ରେ ଇଡି ନୋଟିସ୍‌ ପଠାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.