ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଟିମ୍‌ ଘୋଷଣା କଲା ବିସିସିଆଇ, ଶାମି ଏବଂ ଈଶାନଙ୍କୁ ମିଳିଲାନି ସ୍ଥାନ

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଦଳ ଘୋଷଣା କରିଛି ବିସିସିଆଇ । ଏହି ଟେଷ୍ଟ ସିରିଜରେ ଅଧିନାୟକ ଦାୟିତ୍ୱ ରୋହିତ ଶର୍ମାଙ୍କୁ ଦିଆଯାଇଥିବା ବେଳେ ଯଶପ୍ରୀତ ବୁମରା ଉପନାୟକ ହୋଇଛନ୍ତି । ତେବେ ଟେଷ୍ଟ ସରିଜରେ ଜଣେ ୨୨ ବର୍ଷୀୟ ୱିକେଟକିପରଙ୍କୁ ସ୍ଥାନ ମିଳିଛି ।

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଦଳ ଘୋଷଣା କରିଛି ବିସିସିଆଇ । ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ଟେଷ୍ଟ ସିରିଜରେ ଅଧିନାୟକ ଦାୟିତ୍ୱ ରୋହିତ ଶର୍ମାଙ୍କୁ ଦିଆଯାଇଥିବା ବେଳେ ଯଶପ୍ରୀତ ବୁମରା ଉପନାୟକ ହୋଇଛନ୍ତି । ତେବେ ଟେଷ୍ଟ ସିରିଜରେ ଜଣେ ୨୨ ବର୍ଷୀୟ ୱିକେଟକିପରଙ୍କୁ ସ୍ଥାନ ମିଳିଛି ।

ଏହି ସିରିଜରେ ମହମ୍ମଦ ଶାମି ଏବଂ ଈଶାନ କିଶନଙ୍କୁ ସ୍ଥାନ ମିଳିନି । ପ୍ରଥମ ଥର ପାଇଁ ୨୨ ବର୍ଷୀୟ ଓ୍ଵିକେଟ କିପର ଧ୍ରୁବ ଜୁରେଲଙ୍କୁ ସ୍ଥାନ ମିଳିଛି । ବିଶ୍ୱକପ ବେଳରୁ ଶାମି ଆହତ ହୋଇଥିବା ବେଳେ ଏପର୍ଯ୍ୟନ୍ତ ସୁସ୍ଥ ହୋଇନାହାନ୍ତି । ଇଂଲଣ୍ଡ ବିପକ୍ଷରେ ୫ଟି ଟେଷ୍ଟ ମ୍ୟାଚ ଖେଳାଯିବ ।

ପ୍ରଥମ ମ୍ୟାଚ ହାଇଦ୍ରାବାଦରେ ୨୫ରୁ ୧୯ ତାରିଖ, ଦ୍ୱିତୀୟ ଫେବୃଆରୀ୨ରୁ ୬, ତୃତୀୟ ୧୫ରୁ୧୯, ଚତୁର୍ଥ ୨୩ରୁ ୨୭ ଟେଷ୍ଟ, ପଞ୍ଚମ ୭ରୁ ୧୧ ମାର୍ଚ୍ଚ ମଧ୍ୟରେ ହେବ ।

ଭାରତୀୟ ଟେଷ୍ଟ ଟିମ୍: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ଯଶସ୍ୱୀ ଜୟସ୍ୱାଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ (ୱିକେଟ କିପର), କେଏସ ଭରତ (ୱିକେଟ କିପର), ଧ୍ରୁବ ଜୁରେଲ (ୱିକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ଯଶପୀତ ବୁମ୍ରା (ଉପଅଧିନାୟକ, ଆବେଶ ଖାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.