Below header

ବିଧାୟକଙ୍କୁ ଅପମାନ! : ଘର ଆଗରେ ଚପଲ ମାଳ ଝୁଲାଇ ଗାଁରୁ ବାସନ୍ଦ

ତାଳଚେର : ସ୍ଥାନୀୟ ବିଧାୟକଙ୍କ ପଦଯାତ୍ରା ବେଳେ ଘର ଆଗରେ ଚପଲ ମାଳ ଲଗାଇବାରୁ, ଗାଁରୁ ବାସନ୍ଦ। ତାଳଚେର ଥାନାରେ ଏପରି ଅଭିଯୋଗ କରିଛନ୍ତି, ନିକଟସ୍ଥ ବ୍ରଜନାଥପୁର ଗାଁର ନକୁଳ ସାହୁ । ବିଧାୟକ ପଦଯାତ୍ରା କରି ଫେରିବା ପରେ ଗାଁ ଲୋକ ବୈଠକ କଲେ। ଆଉ ସଂପୃକ୍ତ ପରିବାରକୁ ବାସନ୍ଦ କରିବାକୁ ନିଷ୍ପତ୍ତି ହୋଇଥିବା ନେଇ ଅଭିଯୋଗ କରିଛନ୍ତି ନକୁଳ। ଏହି ମାମଲାର ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ତାଳଚେର ଏସଡିପିଓ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.