Below header

ପାଞ୍ଚ ଦିନର ଶିଶୁକୁ ଚେଙ୍କ ଚିକିତ୍ସା, ଗୁରୁତର ଅବସ୍ଥାରେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

ନବରଙ୍ଗପୁର: ଆଜିର ଆଧୁନିକତା ଦୁନିଆରେ ମଣିଷ ଚନ୍ଦ୍ରରେ ପାଦ ଥାପି ସାରିଥିବାବେଳେ ଏବେବି କିଛି ଲୋକ ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ ଅମାନଷୁକ କାର୍ଯ୍ଯକଳାପ ଭିଆଉଛନ୍ତି । ଯାହା ଅତି ଦୟନୀୟ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଗମ୍ଭାରୀଗୁଡା ପଞ୍ଚାୟତ ମୋତିଗାଁରେ ।

ଏହି ଗାଁରେ ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇଛି ଏକ ପାଞ୍ଚ ଦିନର ଶିଶୁ । ଯାହାକୁ ଦିଆଯାଇଛି ଚେଙ୍କ । ଶିଶୁଟି କାନ୍ଦୁଥିବାରୁ ତା ପେଟ ଓ ଛାତିରେ ୧୦ରୁ ଅଧିକ ଚେଙ୍କ ଦେଇଛି ଦିଶାରି । ନବରଙ୍ଗପୁରର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଶିଶୁଟିକୁ ଗୁରୁତର ଅବସ୍ଥାରେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.