Below header

ସୁନା ଦରରେ ଆସିଛି ଏକ ବଡ ପରିବର୍ତ୍ତନ, ୧୦ ଗ୍ରାମ ପ୍ରତି ଅଛି ଏତିକି ଟଙ୍କା

ଭାରତୀୟ ବଜାରରେ ଜୁନ ୩ ତାରିଖ ଅର୍ଥାତ ବୁଧବାର ଉଭୟ ସୁନା ଓ ରୂପା ଦରରେ ଏକ ବଡ ପରିବର୍ତ୍ତନ ଦେଖାଦେଇଛି । ବୁଧବାର ସନ୍ଧ୍ୟା ୬ ଟା ୩୫ ମିନିଟ ସମୟ ସୁଧା ସୁନା ଦ୍ୱାରା ଦଶ ଗ୍ରାମ ପ୍ରତି ୪୬,୨୮୮ ଟଙ୍କା ଥିବା ଜଣାଯାଇଛି । କାଲିକୁ ମିଶାଇ ଦୁଇ ଦିନ ଧରି ସୁନା ଦରରେ ହ୍ରାସ ଘଟିଥିବା ଲକ୍ଷ କରାଯାଇଛି । ଯେବେକି ବୁଧବାର ସକାଳରେ ଏହି ଦର ଦଶ ଗ୍ରାମ ପାର୍ଟି ୪୬,୪୬୮ଟଙ୍କା ଥିଲା । କହିରଖିବା ଉଚିତ ହେବକି ମଙ୍ଗଳବାର ସନ୍ଧ୍ୟା ସୁଧା ଏହି ଦର ଦଶ ଗ୍ରାମ ପ୍ରତି ୪୬,୦୦୦ ଟଙ୍କାରେ ସ୍ଥିର ରହିଥିଲା । ଅନ୍ୟପକ୍ଷରେ ରୂପା ଦରରେ ବି ଏକ ବିରାଟ ପରିବର୍ତ୍ତନ ଲକ୍ଷ କରାଯାଇଛି । ଭାରତୀୟ ବଜାରରେ ରୂପା ଦର କିଲୋଗ୍ରାମ ପ୍ରତି ପାଖାପାଖି ୧୩୯୦ ଟଙ୍କା ଖସି ଥିବା ଜଣାଯାଇଛି । ବୁଧବାର ସନ୍ଧ୍ୟା ୬ଟା ୩୫ ମିନିଟରେ ଏହି ଦର ୪୮,୬୬୦ ଟଙ୍କାରେ ସ୍ଥିର ରହିଥିଲା ।

ଯେବେକି ପୂର୍ବ ଦିନ ଅର୍ଥାତ ମଙ୍ଗଳବାର ଏହି ଦର ୫୦,୦୫୦ ଟଙ୍କା ଥିଲା । ଭାରତ ସହ ବିଦେଶ ବଜାରରେ ବି ଉଭୟ ସୁନା ଓ ରୂପା ମୂଲ୍ୟ ହ୍ରାସ ପାଇଛି । ବ୍ଲୁମବର୍ଗ କମ୍ପାନୀ ପ୍ରସ୍ତୁତ ଏକ ରିପୋର୍ଟ ଅନୁଯାୟୀ ନ୍ୟୁୟର୍କ ଠାରେ ଏହି ଦର ଆଉନ୍ସ ପ୍ରତି ୨୦୧ ଡ଼ଲାର ଖସି ୧୭୨୩ ଡ଼ଲାରରେ ପହଂଚିଛି । ଯେବେକି ରୂପା ଦର ଆଉନ୍ସ ପ୍ରତି ୧୮ ଡ଼ଲାରରେ ସ୍ଥିର ରହିଛି । ସେହିପରି ୟୁରୋପୀୟ ବଜାରରେ ବି ସୁନା ଦର ଆଉନ୍ସ ପାର୍ଟି ୨୪ ୟୁରୋ ହ୍ରାସ ପାଇଁ ୧୫୨୩ ୟୁରୋରେ ଟ୍ରେଣ୍ଡ କରିଥିଲା । ଯେବେକି ରୂପା ମୂଲ୍ୟ ବି ଆଉନ୍ସ ପ୍ରତି ୧୬ ୟୁରୋ ସହ ଟ୍ରେଣ୍ଡ କରୁଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.