କୌଣସି ଆଲିଶାନ୍‌ ଘରଠାରୁ କମ୍‌ ନୁହେଁ ଆଲିଆ ଭଟ୍ଟଙ୍କ ଏହି ଭ୍ୟାନିଟି ଭ୍ୟାନ୍‌, ଦେଖନ୍ତୁ ଭିତରର ଫଟୋ

ବଲିଉଡ୍‌ର ଚୁଲବୁଲି ନାୟିକା ଆଲିଆ ଭଟ୍ଟ ଲକଡାଉନ୍‌ ସମୟରେ ନିଜ ପରିଜନଙ୍କ ସହ ସମୟ ବିତାଉଛନ୍ତି। ଫିଲ୍ମ ବ୍ୟାକ୍‌ଗ୍ରାଉଣ୍ଡର ହୋଇଥିଲେ ମଧ୍ୟ ନିଜ କଠିନ ପରିଶ୍ରମ ଯୋଗୁ ଇଣ୍ଡଷ୍ଟ୍ରୀରେ ଆଲିଆ ନାଁ କମାଇଛନ୍ତି। ଆଲିଆଙ୍କ ଲାଇଫ୍‌ଷ୍ଟାଇଲ ମଧ୍ୟ ବେଶ୍‌ ଲଗଜ୍ୟୁରିୟସ୍‌। କେବଳ ଏତିକି ନୁହେଁ ତାଙ୍କ ନିକଟରେ ଏକ ଲଗଜ୍ୟୁରି ଭ୍ୟାନିଟି ଭ୍ୟାନ୍‌ ମଧ୍ୟ ରହିଛି। ଦେଖନ୍ତୁ ଆଲିଆଙ୍କ ଭ୍ୟାନିଟି ଭ୍ୟାନ୍‌ର ଭିତର ଦୃଶ୍ୟ…

Alia Bhatt gives a sneak peek into her luxurious vanity van ...

ସୋସିଆଲ ମିଡିଆରେ ଆଲିଆ ଭଟ୍ଟଙ୍କର ଜଣେ ଫ୍ୟାନ୍‌ ଏକ ଫ୍ୟାନ୍‌ପେଜ୍‌ରେ ତାଙ୍କ ଭ୍ୟାନିଟି ଭ୍ୟାନ୍‌ର କେତେକ ଫଟୋ ସେୟାର କରିଛନ୍ତି। ଏହାକୁ ଦେଖିଲେ ଯେକେହି ବି ଆଶ୍ଚର୍ଯ୍ୟ ହୋଇଯିବ। ଏହି ସ୍ଥାନରେ ଆଲିଆ ନିଜ ଘରଠାରୁ ବି ଅଧିକ ସମୟ ବିତାଇଥାନ୍ତି।

ଆଲିଆ ନିଜ ପସନ୍ଦ ମୁତାବକ ଏହାକୁ ଡିଜାଇନ୍‌ କରିଛନ୍ତି। ଏବେ ଲକଡାଉନ୍‌ ଯୋଗୁ ଆଲିଆ ଘରେ ଅଛନ୍ତି। ନଚେତ୍‌ ସେ ଅଧିକାଂଶ ସମୟ ଭ୍ୟାନିଟିରେ ହିଁ ବିତାଇଥାନ୍ତି।

alia2

 

ଭ୍ୟାନିଟିରେ ରଙ୍ଗ ବେରଙ୍ଗର କୁସନ୍‌, ସାଇଡ୍‌ ଲ୍ୟାମ୍ପ, ଟେବୁଲ, ଚେୟାର ସମେତ ସମସ୍ତ ଜିନିଷ ରହିଛି। କିଛି ଦିନ ପୂର୍ବରୁ ହିଁ ଆଲିଆ ଏହାକୁ ରିନୋଭେଟ୍‌ କରିଥିଲେ। ଭ୍ୟାନିଟି ଭ୍ୟାନ୍‌ର ତୁଳନା ଆପଣ କୌଣସି ଆଲିଶାନ୍‌ ଘର ସହ ମଧ୍ୟ କରିପାରିବେ। ଏହି ଭ୍ୟାନିଟିକୁ ଗୌରୀ ଖାନ୍‌ ଡିଜାଇନ୍‌ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.