ଝାରସୁଗୁଡା: ଗୋଟିଏ ପରିବାରର ୫ଜଣ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ଘଟଣା, ପୁଣି ଗଲା ଆଉ ଦୁଇ ଜୀବନ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ବିଟିଏମ୍ ଫାଣ୍ଡି ଲହଣ୍ଡାବୁଡ଼ରେ ଗୋଟିଏ ପରିବାରର ୫ଜଣଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ପୁଣି ଗଲା ଆଉ ୨ଜଣଙ୍କ ଜୀବନ। ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ମାଓ ଓ ଝିଅଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ୩୮ବର୍ଷିୟ ଝିଅ ଓ ୫୮ବର୍ଷିୟ ମାଆଙ୍କ ଜୀବନ ଯାଇଛି।
ଗତକାଲି ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଥମେ ବଡ ପୁଅର ମୃତ୍ୟୁ ହୋଇଥିଲା। ତେବେ ଅନ୍ୟ ସାନ ଦୁଇ ଭଉଣୀ ଏବେ ବୁର୍ଲାରେ ଚିକିତ୍ସାଧୀନ ଅଛନ୍ତି। ସୂଚନା ଅନୁଯାୟୀ ପରିବାରର ସାନ ପୁଅ ଦୁର୍ଘଟଣାର ଶିକାର ହେବା ପରେ ଦୀର୍ଘ ଦିନ କୋମାରେ ରହିବା ପରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଯାହାଫଳରେ ଏଥିରେ ଭାଙ୍ଗିପଡି ପରିବାରର ୫ ଜଣ ସଦସ୍ୟ ୨ଦିନ ତଳେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।