ଖୋର୍ଦ୍ଧା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ

ଖୋର୍ଦ୍ଧା(କେନ୍ଯୁଜ୍): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସଲପଡିହ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏକ ଅଭାବନୀୟ ଘଟଣା ଘଟିଛି । ଗତକାଲି ରାତିରେ ସଲପଡିହ ଗ୍ରାମର କବିରାଜ ବେହେରା ଏବଂ ସେହି ଗ୍ରାମର ଦେବରାଜ କରଣ ଏକ ଚା’ ଦୋକାନ ପାଖରେ ବସି ମୋବାଇଲରେ ନ୍ଯୁଜ୍ ଦେଖୁଥିଲେ। ଏହି ସମୟରେ କବିରାଜ ବେହେରା ଉତକ୍ଷିପ୍ତ ହୋଇ ହଠାତ୍ ଏକ ଧାରୁଆ କଟୁରି ସାହାଯ୍ଯରେ ଦେବରାଜ କରଣଙ୍କ ମୁଣ୍ଡକୁ ହାଣଇବାକୁ ଚେଷ୍ଟା କରିଥିବା ବେଳେ କଟୁରୀର ଚୋଟ ଦେବରାଜଙ୍କ ହାତରେ ବାଜି ହାତ ଦୁଇ ଖଣ୍ଡ ହେବା ସହ ପେଟରେ ମଧ୍ଯ ଗଭୀର ଆଘାତ ଲାଗିଛି।

ଘଟଣାସ୍ଥଳରେ ଗ୍ରାମର କିଛି ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁଜୁଡୁ ଅବସ୍ଥାରେ ଦେବରାଜ କରଣଙ୍କୁ ଉଦ୍ଧାର କରି ପ୍ରଥମେ ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ପଠାଇଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଭୁବନେଶ୍ବର ଏମ୍ସ ହସ୍ପିଟାଲ ପଠାଇଛନ୍ତି। ଅନ୍ଯପଟେ ପୋଲିସ ଘଟଣାସ୍ଥଳରୁ ରକ୍ତ ଜୁଡୁବୁଡୁ ଡ୍ରେସ୍, କଯଉରି ସହ କବିରାଜ ବେହେରାଙ୍କୁ ବାଣପୁର ଥାନାରେ ଅଟକ ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.