Below header

ନିଜ ବାହାଘରରେ ମଦ ପିଇବା ବରକୁ ପଡିଲା ମହଙ୍ଗା, ବେଦିରୁ ଉଠି ଚାଲିଗଲା କନ୍ୟା

ସମ୍ବଲପୁର(କେନ୍ୟୁଜ୍) : ବର ହେଲା ଶିଶୁପାଳ । ନିଜ ବାହାଘରରେ ମଦ ପିଇବା ବରକୁ ପଡିଲା ମହଙ୍ଗା । ମଦ ନିଶାରେ ଚୁର ଥିବା ବରକୁ ଦେଖି ବେଦିରୁ ଉଠିଗଲା କନ୍ୟା । ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଳକ୍‌ ଗୋବର୍ଦ୍ଧନ ବଡମାଲ ଗାଁରେ । ଏହି ଗାଁର ଜଣେ ଝିଅଙ୍କ ବିବାହ ନାକଟିଦେଉଳ ଗାଁରେ ସ୍ଥିର ହୋଇଥିଲା ।

girlକନ୍ୟା ଘରକୁ ବରଯାତ୍ରୀ ବେଶ ଧୁମଧାମରେ ନାଚଗୀତ କରି ପହଞ୍ଚିଥିଲେ । ବରଯାତ୍ରୀରେ ବର ମଧ୍ୟ ପ୍ରଚୁର ମଦ ପିଇଥିଲା । କନ୍ୟା ଘରେ ପହଞ୍ଚିବା ପରେ ବର ତଳେ ପଡିବା ସହ ବେଦିରେ ବସିବା ପରେ ବି ବାରମ୍ବାର ତଳେ ପଡିଯାଉଥିଲା । ଏପରିକି କନ୍ୟା ପକ୍ଷ ଲୋକଙ୍କୁ ବର ଗଳି ଗୁଲଜ ମଧ୍ୟ କରିଥିଲା । ବରର ଏଭଳି ଦୁର୍ବ୍ୟବହାର ଦେଖି କନ୍ୟା ବିବାହ କରିବାକୁ ରୋକଠୋକ ମନା କରିଦେଲା । ଜାତି ଭାଇ ବସି ସମାଧାନ କରିବା ପାଇଁ ଚେଷ୍ଟା କରିଥିଲେ । ହେଲେ ତାହା ଫଳପ୍ରଦ ହୋଇନଥିଲା । ଶେଷରେ ମାତାଲ ବର ଶିଶୁପାଳ ହୋଇ ଫେରିଥିଲା

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.