ଶୀଘ୍ର ବିଦ୍ୟୁତ୍‌ ସେବା ଯୋଗାଣ ଦାବିରେ ତାତିଲେ ଲୋକେ, କଟକ-ପାରାଦୀପ ତାରପୁର ବାଇପାସ୍‌ ନିକଟରେ ରାସ୍ତାରୋକ

ଜଗତସିଂହପୁର(କେନ୍ୟୁଜ୍): ବାତ୍ୟା ପ୍ରଭାବିତ ଅନେକ ଅଞ୍ଚଳରେ ଏବେ ବି ପହଞ୍ଚିନି ବିଦ୍ୟୁତ୍‌ ସେବା । ଶୀଘ୍ର ଲାଇନ୍‌ ଯୋଗାଣ ଦାବିରେ ତାତିଲେ ଲୋକେ । ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ଲୋକ କଟକ-ପାରାଦୀପ ତାରପୁର ବାଇପାସ୍‌ ନିକଟରେ ରାସ୍ତାରୋକ କରି ଧାରଣାରେ ବସିଛନ୍ତି । ଫନିକୁ ୧୧ଦିନ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜଗତସିଂହପୁର ଜିଲ୍ଲାର ଲୋକେ ବିଜୁଳି ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି । ଫଳରେ ପ୍ରବଳ ଗରମରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ପାଣି ମଧ୍ୟ ମିଳୁନି । ଶେଷରେ ତାରପୁର, ଶୁଆଳିପୁର ଓ ଚିକିଣିଆ ପଞ୍ଚାୟତର ଲୋକ ଉତ୍ୟକ୍ତ ହୋଇ ରାସ୍ତାକୁ ଓହ୍ଲାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.