Below header

୧୧ ଦିନ ବନ୍ଦ ରହିବା ପରେ ପର୍ଯ୍ୟଟକଙ୍କ ପାଇଁ ଆଜି ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର

କୋଣାର୍କ:  ଖୋଲିଲା କୋଣାର୍କ ମନ୍ଦିର । ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ପୁଣି ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର । ବାତ୍ୟା ଫନି ଯୋଗୁ ଗତ ୧୧ ଦିନ ହେବ ମନ୍ଦିର ବନ୍ଦ ରହିଥିଲା । ବାତ୍ୟା ପରେ ମନ୍ଦିର ପରିଦର୍ଶନ କରିଥିଲେ ଏଏସ୍‌ଆଇ ଡିଜି । ମନ୍ଦିରରେ କୌଣସି କ୍ଷତି ହୋଇନଥିବା ପରିଦର୍ଶନ ପରେ କହିଥିଲେ ଡିଜି । ହେଲେ ଆଲୋକୀକରରଣ ପାଇଁ ଆଉ କିଛି ଦିନ ସମୟ ଲାଗିବ ବୋଲି ଏଏସ୍‌ଆଇ ଡିଜି ସୂଚନା ଦେଇଛନ୍ତି । ବାତ୍ୟା ଫୋନିରେ କୋଣାର୍କ ମନ୍ଦିର ପରିସରରେ ଥିବା ୧୦ରୁ ୧୨ଟି ଗଛ ନଷ୍ଟ ହୋଇଛି । ମେ’ ତିନି ତାରିଖରୁ ବିଦ୍ୟୁତ୍‌ ସେବା ପହଞ୍ଚିନଥିବାରୁ ଇଣ୍ଟରନେଟ୍‌ ସେବା ମଧ୍ୟ ବନ୍ଦ ରହିଛି । ତେଣୁ ଆଜି ମନ୍ଦିର ଭିତରକୁ ପ୍ରବେଶ ପାଇଁ ପର୍ଯ୍ୟଟକଙ୍କ ପାଇଁ ଟୋକନ୍‌ ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.