Below header

ଢେଙ୍କାନାଳ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶଡ଼ୁକୁ ଖଣ୍ଡାରେ ହାଣିଲା ଶଡ଼ୁ

କାମାକ୍ଷାନଗର(କେନ୍ୟୁଜ୍):  ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶଡ଼ୁକୁ ଖଣ୍ଡାରେ ହାଣିଲା ଶଡ଼ୁ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ବିରାଶାଳ ଗାଁରେ । ସୂଚନା ଅନୁଯାୟୀ, ସୁଧିର କୁମାର ବାରିକ ଆଜି ଦିନ ୩ଟା ବେଳେ ଫୁଟବଲ ଖେଳ ଦେଖିବା ପାଇଁ ଗାଁ ପାଖ ପଡିଆକୁ ଯାଇଥିଲେ । କିଛି କହିବା ପୂର୍ବରୁ ସୁଧିରଙ୍କର ଶଡୁ ରଞ୍ଜନ କୁମାର ବେହେରା ଏକ ଖଣ୍ଡା ଧରି ସୁଧିରଙ୍କ ଉପରକୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ତେବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

ସୁଧିର ଓଡ଼ିଶା ମାଇନିଙ୍ଗ କର୍ପୋରେସନରେ ସର୍ଭିସ କରୁଥିବା ଜଣାପଡିଛି । ତେବେ ପୂର୍ବରୁ ଏକ ବର୍ଷ ତଳେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯାହା କଙ୍କଡ଼ାହାଡ଼ ଥାନାରେ ମଧ୍ୟ ସମାଧାନ ହୋଇଥିଲା । ତେବେ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ କଳହ ଲାଗି ରହିଥିଲା । ଏ ନେଇ କଙ୍କଡ଼ାହାଡ଼ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.