Below header

ଭୋଜି ଖାଇବାକୁ ଯାଇଥିବାରୁ ରାଗିଗଲା ଭାଇ, ବାଡେଇ ବାଡେଇ ନେଇଗଲା ଭଉଣୀର ଜୀବନ

କଳାହାଣ୍ଡି : ଭାଇ ନେଲା ଭଉଣୀର ଜୀବନ। ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଦାରପଟା ଗାଁରେ। ଘଟଣାରେ ପୋଲିସ ୧୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୋଗ ଅନୁଯାୟୀ ଗାଁର କେଶନ ବେହେରାଙ୍କ ଝିଅ ଅନୀତା ନିଜର ଜଣେ ସାଙ୍ଗ ସହ ଡୁମେରମୁଣ୍ଡା ଗାଁକୁ ଭୋଜି ଖାଇବାକୁ ଯାଇଥିଲା। ସେଠାରେ ୪ଦିନ ରହି ଘରକୁ ଫେରିଥିଲା।

ଭଉଣୀ ୪ ଦିନ ପରେ ଘରକୁ ଫେରିବା ନେଇ ଭାଇ ଅଲେଖ ବେହେରା ହତାଠ୍‌ ରାଗି ଯାଇ ଭଉଣୀକୁ ପ୍ରବଳ ମାଡ ମାରିଥିଲା। ଏଥିରେ ଅନୀତାର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହାପରେ ପରିବାର ଲୋକଙ୍କ ସହ ମିଶି ଶ୍ମଶାନକୁ ନେଇ ମୃତଦେହ ପୋଡି ଦେଇଥିଲା। ତେବେ ଗାଁଲୋକ ଏନେଇ ପୋଲିସକୁ ଖବର ଦେବା ପରେ କଳାହାଣ୍ଡି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ଶ୍ମଶାନରୁ ହାଡ ପାଉଣଶ ଜବତ କରାଯିବା ସହ ୧୨ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.