Below header

ଭଦ୍ରକ-ଚାନ୍ଦବାଲି ରାସ୍ତାରେ ଏସଟିଏଫର ଚଢାଉ: ଏକ କୋଟି ୧୪ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଚାନ୍ଦବାଲି: ବ୍ରାଉନ ସୁଗରର ଚୋରା କାରବାରରେ ଲାଗୁନି ରୋକ। ପୁଣି ଜବତ ହେଲା ଏକ କିଲୋ ୧୪୦ ଗ୍ରାମ ବ୍ରାଉନ ସୁଗର। ଭଦ୍ରକ- ଚାନ୍ଦବାଲି ରାସ୍ତାରେ ବ୍ରାଉନ ସୁଗର ବିକ୍ରି ନେଇ ଖବର ମିଳିବା ପରେ ଏସଟିଏଫ ଚଢଉ କରିଥିଲା। ଭଦ୍ରକ ଶଙ୍କର ନଗଗର ମୀର ମିନ୍‌ହାଜ କାଦ୍ରୀଙ୍କୁ ଗିରଫ କରିଛି ଏସଟିଏଫ। ତା ଠାରୁ ଏକ କିଲୋ ୧୪୦ ଗ୍ରାମ ବ୍ରାଉନ ସୁଗର ଜବତ ହୋଇଛି। ଏହାର ମୂଲ୍ୟ ଏକ କୋଟି ୧୪ଲକ୍ଷ ଟଙ୍କା ହେବ।

ଦୀର୍ଘଦିନ ଧରି ସେ ଏହି କାରବାର ଚଳାଇଥିବା ଜଣାପଡ଼ିଛି। ତା ଲିଙ୍କରେ ଥିବା ଅନ୍ୟ ବ୍ରାଉନସୁଗର ବେପାରୀଙ୍କ ସଂପର୍କରେ ତନାଘନା କରୁଛି ଏସଟିଏଫ। ଗତ ୨୫ ଦିନ ମଧ୍ୟରେ ଏସଟିଏଫ ବିଭିନ୍ନ ସ୍ଥାନରେ ଚଢଉ କରି ୪ଜଣ ବ୍ରାଉନସୁଗର ବେପାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ୩ଜଣଙ୍କୁ ଗିରଫ କରାଯାଇ ୨କିଲୋ ୫୫୨ଗ୍ରାମ ଧଳା ଜହର ଜବତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.