୩ ଗୁଣା ମହଙ୍ଗା ହେଲା ସଂସଦ କ୍ୟାଣ୍ଟିନ୍‌ ଖାଦ୍ୟ, ସଞ୍ଚାଳନ କରିବ ITDC

ସଂସଦ କ୍ୟାଣ୍ଟିନ୍‌ରେ ରିହାତି ବନ୍ଦ ହେବା ପରେ ଏବେ ଏଠାରେ ଖାଦ୍ୟ ୩ ଗୁଣା ମହଙ୍ଗା ହୋଇଯାଇଛି। ଯଦିଓ ବର୍ତ୍ତମାନ ବି ଏଠାକାର ଥାଳି ସାଧାରଣ ଲୋକଙ୍କ ଥାଳିଠାରୁ ବହୁତ ଶସ୍ତା ଅଛି। ୨୯ ଜାନୁଆରୀରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେଉଛି। ଏହାପୂର୍ବରୁ ସଂସଦ ଭବନସ୍ଥିତ କ୍ୟାଣ୍ଟିନ୍‌ ୨୭ ଜାନୁଆରୀରୁ ଆରମ୍ଭ ହୋଇଯିବ। ଲୋକ ସଭା ସଚିବାଳୟ କ୍ୟାଣ୍ଟିନ୍‌ର ମେନ୍ୟୁ ଜାରି କହିଛି କି, ସଂସଦ କ୍ୟାଣ୍ଟିନ୍‌ରେ ମିଳୁଥିବା ରିହାତିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଛି। ଏଥର କ୍ୟାଣ୍ଟିନରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ। ପ୍ରଥମ ଥର ଏହାକୁ ITDC ସଞ୍ଚାଳନ କରିବ। ଏଥିରୁ ବାର୍ଷିକ ୮ କୋଟି ଟଙ୍କା ସେଭିଂ ହୋଇପାରିବ।

ସବ୍‌ସିଡିକୁ ନେଇ ହୋଇଥିଲା ବିବାଦ

ସଂସଦ କ୍ୟାଣ୍ଟିନରେ ମିଳୁଥିବା ରିହାତିକୁ ନେଇ ଅନେକ ଥର ବିବାଦ ଦେଖାଦେଇଛି। କ୍ୟାଣ୍ଟିନର ରେଟ୍‌ ଲିଷ୍ଟ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ରିହାତି ଅଧୀନରେ ଦେଶର ସାଂସଦମାନଙ୍କୁ ସଂସଦ କ୍ୟାଣ୍ଟିନରେ ଖାଦ୍ୟ ବହୁତ କମ୍‌ ଦାମ୍‌ରେ ମିଳୁଥିଲା। କହି ରଖୁଛୁ, ସବ୍‌ସିଡି ବନ୍ଦ କରିବା ନେଇ ଅନେକ ଦିନରୁ ଦାବି ହୋଇ ଆସୁଥିଲା। ଅଭିଯୋଗ ଉଠୁଥିଲା କି, କରଦାତାଙ୍କ ପଇସାରେ ସାଂସଦମାନେ ଶସ୍ତା ଖାଦ୍ୟ ଖାଉଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.