Below header

କେନ୍ଦୁଝର : ବିଏସଏଫ ଯବାନ ଯଦୁମଣି ତ୍ରିପାଠୀଙ୍କର ପୈତୃକ ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ

କେନ୍ଦୁଝର (କେ ନ୍ୟୁଜ): ବିଏସଏଫ ଯବାନ ଯଦୁମଣି ତ୍ରିପାଠୀଙ୍କର ଶେଷକୃତ୍ୟ ଜଗନ୍ନାଥପୁରରେ ସମ୍ପର୍ଣ୍ଣ ହୋଇଛି  । ଏହି ଯବାନ ଜଣଙ୍କ ହେଉଛନ୍ତି କେଉଁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକର ମୂଳ ବାସିନ୍ଦା  । ଏହି ଯବାନ ଜଣଙ୍କ ବଙ୍ଗଳାଦେଶ ବର୍ଡ଼ରରେ କାର୍ଯ୍ୟରତ ଥିବା ବେଳେ ହଟାତ ଜ୍ବରରେ ପୀଡିତ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଇଲା  ।

ପରେ ତାଙ୍କ ମରଶରୀରକୁ ଜିଲ୍ଲା ହେଡ଼ କ୍ୱାର୍ଟରରେ ସମ୍ମାନିତ କରାଯିବା ସହ ନିଜ ଗାଁକୁ ଅଣାଯାଇ ଗାର୍ଡ ଅଫ ଅନର ପ୍ରଦାନ କରାଯିବା ସହ ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯାଇଛି । କହିରଖିବା ଉଚିତ ହେବକି,ଯବାନ ଜଣକ ୧୯୮୭ ମସିହାରୁ ବିଏସଏଫରେ ଯୋଗ ଦେଇଥିବା ବେଳେ ମୃତ୍ୟୁ ପୂର୍ବରୁ ବଙ୍ଗଳାଦେଶ ସୀମାରେ କାର୍ଯ୍ୟରତ ଥିଲେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.