ଗଞ୍ଜାମ : ରାସ୍ତା କଡରେ ଓଲଟିଲା ଯାତ୍ରୀ ବାହୀ ବସ୍‌, ଜଣେ ମୃତ ୬ ଆହତ

ଗଞ୍ଜାମ(କେନ୍ୟୁଜ୍): ରାସ୍ତା କଡରେ ଓଲଟିଲା ଯାତ୍ରୀ ବାହୀ ବସ୍‌, ଜଣେ ମୃତ ୬ ଜଣ ଆହତ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବୁଢାମ୍ବ ନିକଟରେ ଏହି ଦୁର୍ଘଟଣା ଘଟିଛି । ଗୁରୁତର ଆହତମାନଙ୍କୁ ପ୍ରଥମେ କବିସୂର୍ଯ୍ୟନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ବ୍ରହ୍ମପୁର ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଛି । ଗାଡିର ଡ୍ରାଇଭର ଫେରାର ଥିବାବେଳେ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ପୋଲିସ ।

Leave A Reply

Your email address will not be published.