ସୋନପୁର: ରଥଯାତ୍ରା ପ୍ରସ୍ତୁତି ବୈଠକ

ସୋନପୁର(କେନ୍ୟୁଜ୍): ସୋନପୁର ସହରରେ ରଥଯାତ୍ରା ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସୋନପୁର ଉପଜିଲାପାଳ ବଳରାମ ମଲ୍ଲିକ, ଏସପି ଦେବୀ ପ୍ରସାଦ ଦାସ, ଏଡିଏମ୍‌ ଶରତ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତଥିଲେ । ଚଳିତ ବର୍ଷ ବ୍ୟୟ ଅଟକଳକୁ ୪ ଲକ୍ଷ ଟଙ୍କାରେ ସିମିତ ରଖାଯାଇଛି । ଶାନ୍ତି ଶୃଙ୍ଖଳା ଓ ଟ୍ରାଫିକ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି ଏସ୍‌ପି ଦେବୀ ପ୍ରସାଦ ଦାଶ କହିଛନ୍ତି ।

Leave A Reply

Your email address will not be published.