Below header

ରାଜ୍ୟରେ ପୁଣି ବଢ଼ିଲା ବସ ଭଡା, କିଲୋମିଟର ପ୍ରତି ପହଞ୍ଚିଲା ଏତିକି ଟଙ୍କାରେ

ଭୁବନେଶ୍ୱର(କେ ନ୍ୟୁଜ): ରାଜ୍ୟରେ ପୁଣି ଥରେ ବଢ଼ିଲା ବସ ଭଡ଼ା । ସାଧାରଣ ଓ ଏକ୍ସପ୍ରେସ ବସ ଦର କିଲୋମିଟର ପିଛା ୧ ପଇସା ବଢିଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ ଦର ୨ ପଇସା ବଢ଼ାଇ ଦିଆଯାଇଛି । ପୂର୍ବରୁ ସାଧାରଣ ବସ ଭଡ଼ା ୭୩ ପଇସା ଥିବା ବେଳେ ଏବେ ୭୪ ପଇସା ହୋଇଛି । ଯେବେକି ଏକ୍ସପ୍ରେସ ବସ ମୂଲ୍ୟ ୭୬ ପଇସା ଥିବା ବେଳେ ଏବେ ୭୭ ପଇସା ହୋଇଛି ।

ଡିଲକ୍ସ ଥିଲା ୧ଟଙ୍କା ୭ ପଇସା ହେଲା ଏବେ ହେଲା ୧ ଟଙ୍କା ୯ ପଇସା । ଯେବେକି ପୂର୍ବରୁ ଏସି ଡିଲକ୍ସ ଦର ୧ ଟଙ୍କା ୨୯ ପଇସା ଥିବା ବେଳେ ୧ ଟଙ୍କା ୩୧ ପଇସାରେ ପହଂଚିଛି । ତୈଳ ଦର ବୃଦ୍ଧି ପରେ ବଢ଼ିଲା ବସ ଭଡା । ଅଟୋମେଟିକ ମେକାନିଯିମ ମାଧ୍ୟମରେ ବସ ଭଡା ବୃଦ୍ଧି କରାଯାଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.