ବାଲେଶ୍ବର: ପୁଣି ଉଦ୍ଧାର ହେଲା ବିରଳ ପେଚା, ବନ ବିଭାଗ ନେଇ ଛାଡ଼ିବ ଅଭୟାରଣ୍ୟରେ

ଜଳେଶ୍ବର(କେନ୍ୟୁଜ୍):  ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ କଚୁଆପଡା ଗ୍ରାମର ବାଦଲ ଟୁଡୁଙ୍କ ଘରବାଡିରୁ ଏକ ବିରଳ ପ୍ରଜାତିର ପେଚା ଉଦ୍ଧାର କରା ଯାଇଛି । ଆଜି ସକାଳେ ବାଦଲଙ୍କ ବାଡିରେ ଏହି ବିରଳ ପ୍ରଜାତିର ପେଚା ଟିକୁ ଦେଖି ପରିବାର ଲୋକେ ବନବିଭାଗକୁ ଖବର ଦେଇଥିଲେ ।

ଖବର ପାଇ ବାଲେଶ୍ବର ବନଖଣ୍ତ ଅଧିକାରୀ ବିଶ୍ବରାଜ ପଣ୍ତା,ଲଙ୍ଗଳେଶ୍ବର ବନପାଳ ଶୀବତ୍ସ ମହାପାତ୍ର ଓ ବନରକ୍ଷୀ ସୁଜାତା ଓଝା କଚୁଆପଡା ଗ୍ରାମରେ ପହଞ୍ଚି ପେଚାଟିକୁ  ଉଦ୍ଧାର କରି ଲଙ୍ଗଳେଶ୍ବର ବନପାଳଙ୍କ କାର୍ଯ୍ଯାଳୟକୁ ଆଣି ରଖିଛନ୍ତି । ଉକ୍ତ ପେଚାଟିକୁ ଆସନ୍ତା କାଲି କୁଲଡିହା ଅଭରାଣ୍ଯରେ ଛଡାଯିବ ବୋଲି ବନପାଳ ସୂଚନା ଦେଇଛନ୍ତି  ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.