Below header

ଛାଡ଼ ହେବ ବକେୟା ମୋଟର ଯାନ ଟିକସ, ପରିବହନ ବିଭାଗ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ

ଛାଡ଼ ହେବ ବକେୟା ମୋଟର ଯାନ ଟିକସ। ପରିବହନ ବିଭାଗ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ ମିଳିଛି। ବୈଠକରେ ବକେୟା ମୋଟର ଯାନ ଛାଡ ଓ ରିହାତି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ପ୍ରାୟ ୫୦ ହଜାର ଗାଡ଼ି ମାଲିକ ଉପକୃତ ହେବେ।

ଭୁବନେଶ୍ୱର (କେନ୍ୟୁଜ): ଛାଡ଼ ହେବ ବକେୟା ମୋଟର ଯାନ ଟିକସ। ପରିବହନ ବିଭାଗ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ ମିଳିଛି। ବୈଠକରେ ବକେୟା ମୋଟର ଯାନ ଛାଡ ଓ ରିହାତି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ପ୍ରସ୍ତାବ ଅନୁସାରେ ଯେଉଁ ଗାଡ଼ି ମାଲିକମାନେ ନିଜର ପୁରୁଣା ଗାଡ଼ିକୁ ସ୍କ୍ରାପ କରିବାକୁ ଇଛୁକ ଥିବେ ସେମାନଙ୍କ କ୍ଷେତ୍ରରେ ବକେୟା ଟିକସ ଓ ଜରିମାନା ସଂପୂର୍ଣ୍ଣ ଛାଡ କରିବାର ବ୍ୟବସ୍ଥା ହୋଇଛି।

ଏହାଦ୍ବାରା ପ୍ରାୟ ୫୦ ହଜାର ଗାଡ଼ି ମାଲିକ ଉପକୃତ ହେବେ। ଯେଉଁମାନେ ଟିକସ ଦେଇ ଗାଡ଼ି ଚଳାଇବାକୁ ଆଗ୍ରହୀ ଥିବେ ସେମାନଙ୍କ ପାଇଁ ‘ୱାନ୍ ଟାଇମ ସେଟଲମେଣ୍ଟ’ରେ ଜରିମାନା ସଂପୂର୍ଣ୍ଣ ଛାଡ କରିବା ସହିତ ଗାଡ଼ିର ବୟସ ଅନୁଯାୟୀ ଟିକସ ପରିମାଣ କୋହଳ କରାଯିବାର ବ୍ୟବସ୍ଥା କରାଯାଇଛି। ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି, ଏହାଦ୍ବାରା ପର୍ଯ୍ୟାପ୍ତ ପରିମାଣର ଟିକସ ସଂଗ୍ରହ ହେବା ସହ ଗାଡ଼ି ମାଲିକମାନେ ଉପକୃତ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.