Below header

ଭୋଜି ଖାଇ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍, ଚାଲିଗଲା ଜଣଙ୍କ ଜୀବନ

ଗଛରେ ପିଟି ହେଲା କାର୍ । ଯାହାର ଦୃଶ୍ୟକୁ ଦେଖିଲେ ଛାତିଥରି ଉଠିବ। ଯାହାକୁ ଦେଖିଲେ ଆପଣ ବି ଆବାକ୍ ହୋଇଯିବେ । କାର୍ ଟି ଏତେ ଦ୍ରୁତ ଗତିରେ ଆସି ଗଛରେ ପିଟି ହୋଇଛି ଯେ ସମ୍ପୂର୍ଣ୍ଣ ଗୁଣ୍ଡ ହୋଇଯାଇଛି ।

ବାଙ୍କୀ(କେନ୍ୟୁଜ୍): ଗଛରେ ପିଟି ହେଲା କାର୍ । ଯାହାର ଦୃଶ୍ୟକୁ ଦେଖିଲେ ଛାତିଥରି ଉଠିବ। ଯାହାକୁ ଦେଖିଲେ ଆପଣ ବି ଆବାକ୍ ହୋଇଯିବେ । କାର୍ ଟି ଏତେ ଦ୍ରୁତ ଗତିରେ ଆସି ଗଛରେ ପିଟି ହୋଇଛି ଯେ ସମ୍ପୂର୍ଣ୍ଣ ଗୁଣ୍ଡ ହୋଇଯାଇଛି ।

ତେବେ ଦୁର୍ଘଟଣା ଏବେ ଏକ ସାଧାରଣ କଥା ହୋଇଗଲାଣି। ଏହି ଦୁର୍ଘଟଣାରେ ପ୍ରତିଦିନ ଏକାଧିକ ଲୋକଙ୍କ ଜୀବନ ବି ଯାଉଛି। ତଥାପି ଲୋକମାନେ ଦ୍ରୁତ ଗତିରେ ଗାଡ଼ି ଚଲାଇବା ଛାଡ଼ୁ ନାହାନ୍ତି। ଏହି ଦୁର୍ଘଟଣାକୁ ନେଇ ଆଉ ଏକ ଖବର ଏବେ ସାମ୍ନାକୁ ଆସିଛି ।

ତେବେ ଯାହା ସୂଚନା ମିଳିଛି ଯେ ଗତକାଲି ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଗଛରେ ପିଟି ହୋଇ ଏକ ମାରୁତି କାର୍ ଚୁରମାର୍ ହୋଇଯାଇଛି । ତେବେ ସବୁଠୁ ଦୁଃଖର କଥା ଏହି ଦୁର୍ଘଟଣାରେ ଜଣଙ୍କା ମୃତ୍ୟୁ ହୋଇଥିବାବେଳେ ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏକ ବିବାହ ଭୋଜିରେ ଯୋଗଦେଇ ବାଙ୍କୀ ରୁ ଆଠଗଡ଼ ର ଗ୍ରାମକୁ ତିନିଜଣ ମାରୁତି କାରରେ ଘରକୁ ଫେରୁଥିବା ବେଳେ ରଣଶଙ୍ଖ ଠାରେ ବୁଲାଣୀ ରାସ୍ତାରେ ଜଗିଥିଲା ଯମ । ହଠାତ୍ କାର୍ ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା ।

maruti

ତେବେ କାର୍ ଆଗରେ ବସିଥିବା ଯୁବକ ଜଣକ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ତେବେ ଏନେଇ ଖବର ପାଇବା ପରେ ତୁରନ୍ତ ସ୍ଥାନୀୟ ଲୋକମାନେ ଦୁର୍ଘଟଣା ଗ୍ରସ୍ତ କାରରୁ ସମସ୍ତଙ୍କୁ ଉଦ୍ଧାର କରି ବାଙ୍କୀ ଡ଼ାକ୍ତରଖନାକୁ ପଠାଇଥିଲେ। ସେଠାରେ ଡ଼ାକ୍ତର ଜଣଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ତେବେ ଆପଣ ଚାଲିକି ଯାଆନ୍ତୁ ଅବା ଗାଡ଼ିରେ, ରାସ୍ତାରେ ଯିବା ସମୟରେ ସମସ୍ତଙ୍କୁ ସତର୍କ ରହିବା ଉଚିତ। ଯିବାଆସିବା ବେଳେ ସାବଧାନତା ଅବଲମ୍ବନ କଲେ, ଆପଣ ସଡ଼କ ଦୁର୍ଘଟଣାରୁ ରକ୍ଷା ପାଇ ପାରିବେ ଏବଂ ଅଆପଣଙ୍କ ମୂଲ୍ୟବାନ ଜୀବନକୁ ବଞ୍ଚାଇପାରିବେ। ସେଥିପାଇଁ ତ କୁହାଯାଏ ଦ୍ରୁତ ଗତି ମହା ବିପତ୍ତି

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.