Below header

ଭାରସାମ୍ୟ ହରାଇ ପୋଖରୀକୁ ଖସିଲା କାର୍, ଉଦ୍ଧାର ୪ ଜଣଙ୍କ ଭିତରୁ ଜଣେ ମୃତ

ଭାରସାମ୍ୟ ହରାଇ ପୋଖରୀକୁ ଖସିଲା କାର୍ । ଅସ୍ତରଙ୍ଗ ପଟୁ ଡେରୁଣିଆ ଗ୍ରାମକୁ ଯାଉଥିବା ଏକ ଘରୋଇ କାର୍ ଆଳଙ୍ଗପୁର ଗ୍ରାମ ମୁଣ୍ଡରେ ରହିଥିବା ଏକ ପୋଖରୀ ମଧ୍ୟକୁ ଭାରସାମ୍ୟ ହରାଇ ଖସି ପଡିଥିଲା ।

କାକଟପୁର(କେନ୍ୟୁଜ୍): ଭାରସାମ୍ୟ ହରାଇ ପୋଖରୀକୁ ଖସିଲା କାର୍ । ଅସ୍ତରଙ୍ଗ ପଟୁ ଡେରୁଣିଆ ଗ୍ରାମକୁ ଯାଉଥିବା ଏକ ଘରୋଇ କାର୍ ଆଳଙ୍ଗପୁର ଗ୍ରାମ ମୁଣ୍ଡରେ ରହିଥିବା ଏକ ପୋଖରୀ ମଧ୍ୟକୁ ଭାରସାମ୍ୟ ହରାଇ ଖସି ପଡିଥିଲା । ପରିବାରର ଚାରି ଜଣ ସଦସ୍ୟଙ୍କୁ ନେଇ ଯାଉଥିବା ବେଳେ ଏହି ପୋଖରୀ ମଧ୍ୟକୁ ଖସି ପଡିଥିଲା। କାରଟି ପୋଖରୀ ମଧ୍ୟକୁ ଖସିପଡି ପୁରା ମଧ୍ୟ ଭାଗକୁ ଚାଲିଯାଇଥିଲା । କାର୍ ଭିତରେ ରହିଥିବା ଚାରି ଜଣ ସଦସ୍ୟଙ୍କ ମଧ୍ୟରୁ ତିନିଜଣ ପୁରୁଷ ରହିଥିବା ବେଳେ ସେଥିରେ ଜଣେ ୧୦ ବର୍ଷର ପୁଅ ଟିଏ ରହିଥିଲା ।

ଦୁର୍ଘଟଣା ଘଟିବ ସମୟରେ ଆଳଙ୍ଗପୁର ଗ୍ରାମର କେତେକ ଯୁବକ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପୋଖରୀ ମଧ୍ୟକୁ ଯାଇ କାରର କାଚକୁ ଭାଙ୍ଗି କାର ଭିତରୁ ଲୋକମାନଙ୍କୁ ଉଦ୍ଧାର ଚେଷ୍ଟା କରିଥିଲେ । ତେବେ ଉଦ୍ଧାର ସମୟରେ ସେହି କାର୍ ଭିତରେ ଛୋଟ ପିଲାଟି ପାଣିରେ ଭାସୁଥିବାର ଦେଖିବାକୁ ପାଇଥିଲେ। ହଠାତ ପିଲାଟିକୁ ଉପରକୁ ଆଣି ତାର ପେଟ କୁ ଚିପିପାଣି ବାହାର କରିବା ପରେ ପିଲାଟିର ହୋସ୍ ଆସିଥିଲା ଏବଂ ତାକୁ ସଙ୍ଗେ ସଙ୍ଗେ ଅସ୍ତରଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ ସେଠାରେ ଡାକ୍ତର ସଙ୍ଗେ ସଙ୍ଗେ ଚିକିfତ୍ସା ଆରମ୍ଭ କରି ପିଲାଟିର ଜୀବନ ବଞ୍ଚାଇପାରିଥିଲେ।

ଅନ୍ୟ ତିନିଜଣଙ୍କ ମଧ୍ୟରୁ ଜଣେ ୫୮ ବର୍ଷୀୟ ବ୍ୟକ୍ତି ଯାହାଙ୍କ ନା ଶ୍ରୀଧର ମହାନ୍ତି, ସେ ଗୁରୁତର ହୋଇପଡିଥିଲେ । ତାଙ୍କୁ ତୁରନ୍ତ ଚାରିଛକ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏପଟେ ଦୁର୍ଘଟଣା ଘଟିବାର ଦୀର୍ଘ ସମୟ ଯାଏ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚିନଥିଲା । ବିଳମ୍ବ ହେବା କାରଣ ରୁ ଆହତ ମାନଙ୍କୁ ବିଳମ୍ବରେ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବାା ଜଣଙ୍କର ଜୀବନ ଚାଲିଗଲା ବୋଲି ସ୍ତାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।

ଏପଟେ ଦୁର୍ଘଟଣା ଖବର ପାଇ ଅସ୍ତରଙ୍ଗ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ପୋଖରୀ ଭିତରେ ପଶି ଖୋଜାଖୋଜି କରି ଆଉ କେହି ପାଣି ଭିତରେ ନଥିବା ଦେଖି ଫେରିଯାଇଥିବା ସୂଚନା ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.