Below header

ଢେଙ୍କାନାଳରୁ ଏଟିଏମ୍‌ କ୍ୟାସ୍‌ ଭ୍ୟାନ୍‌ ଲୁଟ ଘଟଣା: ୧କୋଟି ୫ ଲକ୍ଷ ଟଙ୍କା ଉଦ୍ଧାର ସହ ଦୁର୍ବୃତ୍ତଙ୍କୁ ଗୋଡ଼େଇ ଗୋଡ଼େଇ ଧରିଲା ପୋଲିସ

ଆଠଗଡ଼(କେନ୍ୟୁଜ୍): ଆଠଗଡ଼ରୁ ଏଟିଏମ୍‌ କ୍ୟାସ୍‌ ଭ୍ୟାନ୍‌ ଲୁଟ୍‌ । ଢେଙ୍କାନାଳରୁ ଉଦ୍ଧାର କଲା ପୋଲିସ । ଭୁଜାଲିରେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରି କ୍ୟାସ୍‌ ଭ୍ୟାନ୍‌ ଲୁଟ୍‌ କରିଥିଲେ ଦୁର୍ବୃତ୍ତ । ଗୋଡ଼େଇ ଗୋଡ଼େଇ ଧରିଲା ପୋଲିସ । ୧ କୋଟି ୨୯ ଲକ୍ଷ ଟଙ୍କା ଚୋରି ହୋଇଥିବା ବେଳେ ୧କୋଟି ୫ ଲକ୍ଷ ଟଙ୍କା ଉଦ୍ଧାର ହୋଇଛି । ଅନ୍ୟ ଏକ ବାକ୍ସରେ ଥିବା ୨୪ ଲକ୍ଷ ଥିବା ଟଙ୍କାକୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ଲୁଟ୍‌ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଅନ୍ୟ ଜଣେ ଖସି ଯାଇଥିବା ସନ୍ଦେହ କରାଯାଉଛି ।

ଅଭିଯୁକ୍ତଙ୍କ ପାଖରୁ କାର ସହ ୪ଟି ବନ୍ଧୁକ ଓ କିଛି ମାରଣାସ୍ତ୍ର ଜବତ ହୋଇଛି । ଆଜି କିଛି ଦୁର୍ବୃତ୍ତ ଆଠଗଡ଼ ନିକଟରେ ଦିନ ଗୋଟାଏ ୧୫ ମିନିଟରେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରି ଏଟିଏମ୍‌ ଭ୍ୟାନକୁ ଲୁଟ୍‌ କରିଥିଲେ । ପରେ ଟଙ୍କା ବାକ୍ସକୁ ଅନ୍ୟ ଏକ କାରରେ ଭର୍ତ୍ତି କରି ପଳାଉଥିଲେ । ପୋଲିସ ଶଙ୍କରପୁର-ଢେଙ୍କାନାଳ ରାସ୍ତା ହରିଜନ ସାହି ଛକ ନିକଟରେ ଅଭିଯୁକ୍ତଙ୍କୁ କାବୁ କରିଥିଲା । ଲୁଟ୍‌ ହେବାର ୪୫ ମିନିଟ ଭିତରେ ଅଭିଯୁକ୍ତଙ୍କୁ ଧରିବା ସହ ଲୁଟ୍‌ ଟଙ୍କା ଜବତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.