Below header

ବତ୍ୟା ନାହିଁ ବର୍ଷା ହେବ,୧୩ରେ ଲଘୁଚାପ ସମ୍ଭାବନା

ଟଳିଲା ବାତ୍ୟା ଆଶଙ୍କା । ଆସନ୍ତା ୧୩ରେ ଲଘୁଚାପ ସମ୍ଭାବନା । ଆଣ୍ଡାମାନ ସାଗର ଉପରିଭାଗରେ ଘୂର୍ଣ୍ଣିବଳୟ ଏବେ ସ୍ଥିର ରହିଛି । ଯେଉଁଥିପାଇଁ ଲଘୁଚାପ କ୍ଷେତ୍ର ସୃଷ୍ଟିରେ ବିଳମ୍ବ ହେଉଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ଆସନ୍ତା ୧୩ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ଏହା କ୍ରମଶଃ ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଅଧିକ ଘନୀଭୂତ ହେବ । ୧୫ ତାରିଖ ବେଳକୁ ୱେଲ ମାର୍କଡ ଲୋ ପ୍ରେସର ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ପହଞ୍ଚିବାର ସମ୍ଭାବନା ରହିଛି ।

ପୂର୍ବରୁ କିଛି ପାଣିପାଗ ସଂସ୍ଥା ସମ୍ଭାବ୍ୟ ବାତ୍ୟା ନେଇ ଆକଳନ କରୁଥିଲେ । ଏବେ ସେହି ଆଶଙ୍କା ବି ଟଳିଛି । ଓ୍ଵିଣ୍ଡିର GFS ଓ ୟୁରୋପିଆନ୍‌ ମଡେଲ୍‌ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତ କିମ୍ବା ଗଭୀର ଅବପାତର ସମ୍ଭାବନା ଦର୍ଶାଉଛି । ଏହି ଅବପାତ ଓଡ଼ିଶା ଉପକୂଳ ବ୍ରହ୍ମପୁର ଓ ପୁରୀ ମଧ୍ୟ ଆଡକୁ ମୁହାଁଇବ । ଏହାର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.