ଏବର୍ଷ ବି ପୁରୀକୁ ହବିଷିଆଳି ମନା,ଦର୍ଶନ ପାଇଁ କୌଣସି କଟକଣା ନାହିଁ

ପୁରୀ(କେନ୍ୟୁଜ୍): ଏଥର ବି ପୁରୀକୁ ହବିଷିଆଳି ମନା। କୋଭିଡ୍‌କୁ ଦୃଷ୍ଟିରେ ରଖି କାର୍ତ୍ତିକରେ ହବିଷିଆଳୀଙ୍କ ପାଇଁ ରହିବ କଟକଣା । କାର୍ତ୍ତିକ ମାସରେ ହବିଷିଆଳୀମାନେ ଶ୍ରୀମନ୍ଦିର ନଆସିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ତେବେ ଦର୍ଶନ ପାଇଁ କୌଣସି କଟକଣା ନାହିଁ । କାର୍ତ୍ତିକ ମାସ ଅର୍ଥାତ ନଭେମ୍ବରରେ ତିନି ଦିନ ଶ୍ରୀମନ୍ଦିର ବନ୍ଦ ରହିବ। ନଭେମ୍ବର ୪ରେ ଦୀପାବଳି, ୧୫ରେ ଏକାଦଶୀ ଓ ୧୯ରେ କାର୍ତ୍ତିକ ପୂର୍ଣ୍ଣମୀରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ।

ପଞ୍ଚୁକ ୫ ଦିନରୁ ୩ ଦିନ ଖୋଲା ରହିବ ଶ୍ରୀମନ୍ଦିର । ଧର୍ମମାସ କାର୍ତ୍ତିକ ଆରମ୍ଭ ହେଲେ ରାଜ୍ୟର ବିଭିନ୍ନ ସ୍ଥାନରୁ ପୁରୀକୁ ଆସନ୍ତି ହିବିଷିଆଳୀ। ମାସେ ଧରି ପୁରୀରେ ରହନ୍ତି। ସରକାର ସେମାନଙ୍କ ରହିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରନ୍ତି। ଗତବର୍ଷ କୋଭିଡ୍‌ ଯୋଗୁଁ ତାହା ବନ୍ଦ ରହିଥିଲା। ଚଳିତ ବର୍ଷ ମଧ୍ୟ କୋଭିଡ୍‌କୁ ଦୃଷ୍ଟିରେ ରଖି, ହବିଷିଆଳୀଙ୍କୁ ପୁରୀ ନ ଆସିବାକୁ ଅନୁରୋଧ କରାଯାଇଛି। ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ବସିଥିଲା । ଯେଉଁଥିରେ କାର୍ତ୍ତିକ ମାସ ପାଇଁ ନୀତି ନିର୍ଘଣ୍ଟା ଚୂଡାନ୍ତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.