Below header

ବାଲେଶ୍ୱର: ଓଲଟିଲା ଗୋରୁ ବୋଝେଇ ଟ୍ରକ୍‌, ୨୫ରୁ ଅଧିକ ଗୋରୁ ମୃତ

ବାଲେଶ୍ୱର(କେନ୍ୟୁଜ୍): ଓଲଟିଲା ଗୋରୁ ବୋଝେଇ ଟ୍ରକ୍‌ । ୨୫ରୁ ଅଧିକ ଗୋରୁ ମୃତ୍ୟୁ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଲାଲପୁର ରାସ୍ତା ନିକଟରେ ଘଟିଛି ଦୁର୍ଘଟଣା। ଏକ କଣ୍ଟେନରରେ ପଶ୍ଚିମବଙ୍ଗକୁ ବେଆଇନ ଗୋରୁଚାଲାଣ ହେଉଥିବାବେଳେ ଗାଡିଟି ଭାରସାମ୍ୟ ହରାଇ ଓଲଟିପଡିଥିଲା। ଘଟଣାସ୍ଥଳରେ ୨୫ ଗୋରୁଙ୍କ ମୃତ୍ୟୁ ହୋଇଥିବାବେଳେ ୩୫ ଗୋରୁ ଗୁରୁତର ଅଛନ୍ତି । ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର୍‌ ଫେରାର ଅଛନ୍ତି । ଜଳେଶ୍ୱର ପୋଲିସ ପହଂଚି ତଦନ୍ତ ଚଲାଇଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.