Below header

ଉତ୍ତରପଶ୍ଚିମ ଅଷ୍ଟ୍ରେଲିଆ ତଟରେ ୬.୬ ତୀବ୍ରତାର ଭୂକମ୍ପ ଅନୁଭୂତ

ଉତ୍ତର ପଶ୍ଚିମ ଅଷ୍ଟ୍ରେଲିଆ ତଟରେ ରବିବାର ଦିନ ୬.୬ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । କିନ୍ତୁ ଏଠାରେ ସୁନାମୀର କୌଣସି ଚେତାବନୀ ଦିଆଯାଇନାହିଁ କି କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିପାରିନାହିଁ । ଆମେରିକୀୟ ଭୂଗର୍ଭୀୟ ସର୍ବିକ୍ଷଣ ପକ୍ଷରୁ କୁହାଯାଇଛି କି, ପଶ୍ଚିମ ଅଷ୍ଟ୍ରେଲିଆର ବ୍ରୁମି ବିଚ୍ ରିସୋର୍ଟରୁ ୨୦୩ କିଲୋମିଟର ପଶ୍ଚିମରୁ ଭୂକମ୍ପ ହୋଇଥିଲା ।

ନିଜର ଆରମ୍ଭ ଆକଳନରେ ୟୁଏସଜିଏସ୍ କହିଛି କି, କୌଣସି ପ୍ରକାରର କ୍ଷୟକ୍ଷତିର ସମ୍ଭାବନା କମ୍ ରହିଛି । ଜିଓସାଇନ୍ସି ଅଷ୍ଟ୍ରେଲିଆ ଅନୁସାରେ, ଭୂକମ୍ପର ଝଟକା ବ୍ରୁମି ଏବଂ ଅଷ୍ଟ୍ରେଲିଆର ସବୁଠୁ ବଡ ହେଡଲ୍ୟାଣ୍ଡର ପୋର୍ଟରେ ଅନୁଭୂତ ହୋଇଥିଲା। ଯେଉଁଠି ଭୂକମ୍ପର ତୀବ୍ରତା ୬.୫ ରହିଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.