ଆଠଗଡ଼: ଜନ୍ମକଲା ମାକୁ ଟାଙ୍ଗିଆରେ ହାଣି ହତ୍ୟାକଲା ନୃଶଂସ ପୁଅ

ଆଠଗଡ଼(କେନ୍ୟୁଜ୍) : ଜନ୍ମକଲା ମାକୁ ହତ୍ୟାକଲା ନୃଶଂସ ପୁଅ। ଆଠଗଡ଼ କଖଡ଼ି ବଜାର ସାହିରେ ଘଟିଛି ଲୋମହର୍ଷକ ହତ୍ୟାକାଣ୍ଡ। ଗତକାଲି ରାତିରେ ଘରୋଇ କଳିକୁ କେନ୍ଦ୍ର କରି ପ୍ରକାଶ ପ୍ରଧାନ ତାଙ୍କ ମା’ସାବିତ୍ରୀ ପ୍ରଧାନଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି। ଗୁରୁତର ଅବସ୍ଥାରେ ସାବିତ୍ରୀଙ୍କୁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି। ସାବିତ୍ରୀ କଖଡ଼ି ପଞ୍ଚାୟତର ଗୋପିନାଥ ପଡ଼ା ନିଜ ବାପାଙ୍କ ଘରକୁ ଭୋଜି ଖାଇବାକୁ ଯାଇଥିବା ବେଳେ ଝଗଡ଼ା ଆରମ୍ଭ ହୋଇଥିଲା। ଉତ୍ତ୍ୟକ୍ତ ହୋଇ ପ୍ରକାଶ ନିଜ ମାଙ୍କୁ ହତ୍ୟା କରି ରେରାର ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.