Below header

ପିଇସିର ପୂର୍ବତନ ସିଏମ୍‌ଡିଙ୍କ ନାଁରେ ସିବିଆଇ ମାମଲା, ୫୭ କୋଟି ଟଙ୍କା ଠକେଇ ଅଭିଯୋଗ

କେନ୍ୟୁଜ୍(ବ୍ୟୁରୋ):  ପ୍ରାୟ ୫୭ କୋଟି ଟଙ୍କା ଠକେଇ ଅଭିଯୋଗରେ ପିଇସିର ପୂର୍ବତନ ସିଏମ୍‌ଡିଙ୍କ ନାଁରେ ସିବିଆଇ ମାମଲା। ପିଇସି ଏକ କେନ୍ଦ୍ରୀୟ ସରକାରୀ ଉଦ୍ୟୋଗ। ଠକେଇ ଘଟଣାରେ ଓଡ଼ିଶା ସୁନ୍ଦରଗଡ଼ ସ୍ଥିତି ଏକ ଘରୋଇ କମ୍ପାନୀ ମାଆ ତାରିଣୀ ଇଣ୍ଡଷ୍ଟ୍ରି ସମେତ ୧୨ ଜଣଙ୍କ ନାଁରେ ମାମଲା ହୋଇଛି। ପିଇସିର ପୂର୍ବତନ ସିଏମ୍‌ଡି ଏ କେ ମିରଚନ୍ଦାନୀ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ମାଆ ତାରିଣୀ ଇଣ୍ଡଷ୍ଟ୍ରିିର ୩ ଜଣ ନିର୍ଦ୍ଦେଶଙ୍କ ନାଁରେ ସିବିଆଇ ମାମଲା ରୁଜୁ କରିଛି।

ଦେଶ ଭିତରୁ ଲୁହାପଥର ଓ କୋଇଲା କିଣିବା ଲାଗି ମାଆ ତାରିଣୀ ଇଣ୍ଡଷ୍ଟ୍ରିକୁ ଫାଇନାନ୍‌ସ କରାଯାଇଥିଲା। ଅଭିଯୋଗ ମୁତାବକ ଅଭିଯୁକ୍ତମାନେ ଷଡ଼ଯନ୍ତ୍ର କରିଥିଲେ। ଯେଉଁଥି ପାଇଁ ପିଇସିକୁ କ୍ଷତି ସହିବାକୁ ପଡିଥିଲା। ମୂଳ ଓ ସୁଧ ମିଶାଇ ୫୬ କୋଟି ୮୯ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ସିବିଆଇ ଆଜି ନୂଆଦିଲ୍ଲୀ, ଥାନେ, ଗୁଆହାଟୀ, ଗାଜିଆବାଦ ସମେତ ୧୧ଟି ସ୍ଥାନରେ ରେଡ୍‌ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.