Below header

ସୁପ୍ରିମକୋର୍ଟର ରାୟ ପରେ ସମଲିଙ୍ଗୀ ସମୁଦାୟ ଉତ୍ସବମୁଖର

ଭୁବନେଶ୍ବର(କେନ୍ଯୁଜ୍) : ସୁପ୍ରିମକୋର୍ଟଙ୍କ ରାୟ ପରେ ସମଲିଙ୍ଗୀ ସମୁଦାୟରେ ସେଲିବ୍ରେସନ୍‌ । ସେମାନେ ଉତ୍ସବ ମନାଇଛନ୍ତି । ରାଜରାସ୍ତାରେ ଖୁସି ଜାହିର କରିଛନ୍ତି ।  ଦୀର୍ଘଦିନର ଆଇନଗତ ଲଢ଼େଇ ପରେ ହକ୍‌ ପାଇଛି ସମଲିଙ୍ଗୀ ସମୁଦାୟ । ସୁପ୍ରିମକୋର୍ଟଙ୍କ ରାୟକୁ ସବୁ ମହଲରୁ ସ୍ୱାଗତ କରାଯାଇଛି। ନିର୍ଦ୍ଦେଶକ ଓ ପ୍ରଯୋଜକ କରଣ ଜୋହର କହିଛନ୍ତି, ଦେଶକୁ ମିଳିଲା ଅକ୍ସିଜନ।

ବାଜୁଛି ବାଜା । ଦୁଲୁକୁଛି ପରିବେଶ । ଖୁବ ଜମିଛି ନାଚ ଗୀତର ଆସର । ସମଲିଙ୍ଗୀ ଯୌନ ସମ୍ପର୍କକୁ ସୁପ୍ରିମକୋର୍ଟ ଅପରାଧ ଶ୍ରେଣୀରୁ ବାଦ ଦେବା ପରେ ଉତ୍ସବ ମନାଇଛନ୍ତି ଭୁବନେଶ୍ୱରରେ ସମଲିଙ୍ଗୀ ସମୁଦାୟ । କେହି କେହି ଖେଳିଥିଲେ ଅଦିନିଆ ହୋଲି । କେଉଁଠି ଜମିଥିଲା ମିଠାର ଆସର ତ କେତେକ କେକ୍‌ କାଟି ସେଲିବ୍ରେଟ କରିଥିଲେ । କେହି କେହି ବି କାନ୍ଦି ପକାଇଥିଲେ ।

celeb

ଦେଶର କୋଣ ଅନୁକୋଣରେ ଉତ୍ସବ ମନାଇଥିଲେ ସମଲିଙ୍ଗୀ ସମୁଦାୟ । ନିଜ ଖୁସି ଜାହିର କରିଥିଲେ । ଏଦୃଶ୍ୟ ଦିଲ୍ଲୀର ଏକ ହୋଟେଲ୍‌ର । ଏଠାରେ ଥିବା କର୍ମଚାରୀ ସୁପ୍ରିମକୋର୍ଟଙ୍କ ରାୟ ପରେ ନିଆରା ଢ଼ଙ୍ଗରେ ଡ୍ୟାନ୍ସ କରିଥିଲେ । ହୋଟେଲର ଏମ୍‌ଡି କେଶବ ସୁରୀ ଜଣେ ଏଲଜିବିଟି କର୍ମୀ । ଅନ୍ୟମାନଙ୍କୁ ଖୁସିରେ ସାମିଲ ହେବାକୁ ଆହ୍ଵାନ ଦେଇଥିଲେ । ଦୀର୍ଘ ବର୍ଷର ଆଇନଗତ ଲଢ଼େଇ । ଶେଷରେ ହକ୍‌ ପାଇଛି ସମଲିଙ୍ଗୀ ସମୁଦାୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.