Below header

ଏହି ସହଜ ଉପାୟରେ ଘରେ ବସି ପ୍ରସ୍ତୁତ କରନ୍ତୁ ଭୋଟର ଆଇଡ଼ି କାର୍ଡ଼, ଜାଣନ୍ତୁ କିପରି ଏବଂ କେଉଁଠି କରିବେ ଆବେଦନ

ନୂଆଦିଲ୍ଳୀ : ଏବେ ଆପଣଙ୍କୁ ଭୋଟର ଆଇଡ଼ି କାର୍ଡ଼ ବନାଇବା ପାଇଁ ଆଉ କାର୍ଯ୍ଯଳୟ ଗୁଡ଼ିକର ଚକ୍କର କାଟିବାକୁ ପଡ଼ିବ ନାହିଁ। ଘରେ ବସି ଆରମରେ ଆପଣ ନିଜର ଭୋଟର ଆଇଡ଼ି କାର୍ଡ଼ ବନାଇ ପାରିବେ। ଖାଲି ତାହା ନୁହଁ ଆପଣ ଆପଣଙ୍କର ପୁରୁଣ ଭୋଟର ଆଇଡ଼ିରେ କୌଣସି ଭୁଲ ରହିଥିଲେ ତାହାକୁ ସୁଧାରି ମଧ୍ୟ ପାରିବେ। ଖାସ କଥା ହେଉଛି ଏଥିପାଇଁ ଆପଣଙ୍କୁ କୌଣସି ପ୍ରକାରର ଶୁକ୍ଲ ଦେବାକୁ ପଡ଼ିବ ନାହିଁ। ଏଥିପାଇଁ ପ୍ରଥମେ ଆପଣଙ୍କୁ କିଛି ସାଧାରଣ ଡ଼କ୍ଯୁମେଣ୍ଟସକୁ ପ୍ରଥମେ ସ୍କାନ କରିବାକୁ ପଡ଼ିବ।

ଭୋଟର ଆଇଡ଼ି ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଆଡ଼୍ରେସ ପ୍ରୁଫ୍, ବୟସ ପ୍ରମାଣ ପତ୍ର ଏବଂ ନିଜର ପାସପୋର୍ଟ ଫଟୋ ଆବଶ୍ଯକ ହେବ।

id

କେମିତି କରିବେ ଅନଲାଇନରେ ଭୋଟର ଆଇଡ଼ି ପ୍ରସ୍ତୁତ

-ପ୍ରଥମେ ଆପଣଙ୍କୁ ନିର୍ବାଚନ ମଣ୍ଡଳୀର ଅଧିକାରୀ ୱେବସାଇଟରେ ଆପଲାଏ ବଟନ କ୍ଲିକ୍ କରିବାକୁ ପଡ଼ିବ। ଏହା ପରେ ନିର୍ବାଚନ ଆୟୋଗର ୬ନମ୍ବର ଫର୍ମ ଆସିବ।

-ଏହାପରେ ସେଠାରେ ମନପସନ୍ଦ ଭାଷା ପସନ୍ଦ କରିବା ପରେ ସେଠାରେ ଲେଖାଯାଇଥିବା ସ୍ଥାନ, ନାମ ,ବୟସ ଆଦିକୁ ଫିଲଅପ୍ କରନ୍ତୁ।

-ଫର୍ମ ଫିଲଅପ୍ କରିବା ପରେ ସମସ୍ତ ଡ଼ାଟାକୁ ପୁନଃ ଚେକ୍ କରି ତାହାକୁ ସବମିଟ କରନ୍ତୁ। ଏହାପରେ ଗୋଟିଏ ଟ୍ରାକିଂ ନମ୍ବର ମିଳିବ ଯାହା ଦ୍ବାରା ଆପଣ ନିଜର ଭୋଟର କାର୍ଡ଼ର ଷ୍ଟାଟସ ଜାଣିପାରିବେ। ଫର୍ମ ସବମିଟର ୩୦ ଦିନ ମଧ୍ୟରେ ଭୋଟର ଆଇଡ଼ି କାର୍ଡ଼ ଆପଣଙ୍କ ସ୍ଥାୟୀ ଠିକାଣାରେ ପଳାଇଆସିବ।

Voter-Id

କିପରି କରିବେ ଭୁଲ ଭୋଟର ଆଇଡ଼ି ସଠିକ୍

-ଯଦି ଆପଣଙ୍କ ଭୋଟର ଆଇଡ଼ି କାର୍ଡ଼ରେ କୌଣସି ପ୍ରକାରର ଭୁଲ ହୋଇଥାଏ ତେବେ ଆପଣ ନିର୍ବାଚନ ଆୟୋଗର ଅଫିସିଆଲ ୱେବସାଇଟ  କୁ ଯାଇ ସେଠାରେ କରେକସନରେ ଏଣ୍ଟ୍ରି ଇନ୍ ଇଲେକଟ୍ରୋରାଲ ରୋଲରେ କ୍ଲିକ୍ କରନ୍ତୁ। ଏହପରେ ଆପଣଙ୍କୁ ଫର୍ମ ୮ ଦେଖିଯିବ।

-ଏଠାରେ ଆପଣ ଯେଉଁ ଜିନିଷର ଭୁଲ ସୁଧାରିବାକୁ ଚାହୁଁଛନ୍ତି ତାହା କରିବା ସହ ତାହାର ଉଚିତ ଉକ୍ଯୁମେଣ୍ଟ ଦେବେ। ଏଥିରେ ଆପଣଙ୍କ ଇମେଲ ଆଇଡ଼ି ଏବଂ ମୋବାଇଲ ନମ୍ବର ମଧ୍ୟ ଦେଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.