ରଙ୍ଗିଲା ଜେଲର୍, ଫେସବୁକରେ ପ୍ରେମ ନିବେଦନ ଦେଇ ପ୍ରତାରଣା ପରେ କରୁଥିଲେ ବ୍ଲାକମେଲ

ଭଦ୍ରକ(କେନ୍ଯୁଜ୍) : ଜେଲରଙ୍କ ଜାଲିଆତି କାରନାମା । ଯୌନ ନିର୍ଯାତନା ଅଭିଯୋଗରେ ବଦଳିଲେ ଭଦ୍ରକ ସବ୍‌ ଜେଲ୍‌ ଜେଲ୍‌ର ଚିନ୍ମୟ ପାତ୍ର । କଳାହାଣ୍ଡି ଜିଲ୍ଲାକୁ ବଦଳି କରାଯାଇଛି । ବହୁ ଯୁବତୀ ଓ ମହିଳା ତାଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଆଜି ବଡବିଲ ଥାନାରେ ଆଉ ଜଣେ ଯୁବତୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଚିନ୍ମୟଙ୍କ ବିଭିନ୍ନ ଯୁବତୀଙ୍କ ସହ ଅଶ୍ଳିଳ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।

crime

ରସିକିଆ ଜେଲର୍‌ଙ୍କ ନାଁ- ଚିନ୍ମୟ ପାତ୍ର । ଘର କେନ୍ଦୁଝର ଜିଲ୍ଲାରେ । ଭଦ୍ରକ ସବ୍‌ ଜେଲ୍‌ର ଥିଲେ । ଏବେ କଳାହାଣ୍ଡି ଜିଲ୍ଲା ଏମ୍‌-ରାମପୁରକୁ ବଦଳି କରାଯାଇଛି । ଜେଲର୍‌ ବାବୁଙ୍କ ଦୋଷ ଥିଲା, ଚାକିରି ଦେବା ବାହାନାରେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଥାଆନ୍ତି । ପରେ ଶାରୀରିକ ସମ୍ପର୍କ ରଖି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ବି କ୍ୟାମେରାରେ କଏଦ କରୁଥିଲେ । ସମୟ ଦେଖି ବ୍ଲାକ୍‌ ମେଲ୍‌ କରୁଥିଲେ ଜେଲର୍‌ ସାର୍‌ । ପ୍ରମାଣ ମିଳିବା ପରେ ତାଙ୍କ ବିରୋଧରେ କାର୍ଯ୍ଯନୁଷ୍ଠାନ ନେଇଛି ଜେଲ୍‌ ବିଭାଗ । ଯଥେଷ୍ଟ ପ୍ରମାଣ ମିଳିଲେ ଚାକିରିରୁ ନିଲମ୍ବିତ କରାଯିବ ବୋଲି ଜେଲ୍‌ ଡିଆଇଜି ସୂଚନା ଦେଇଛନ୍ତି ।

Crimes

ପୂର୍ବରୁ ଚିନ୍ମୟଙ୍କ ବିରୋଧରେ କେନ୍ଦ୍ରାପଡାର ଜଣେ ଯୁବତୀ ଯୌନଶୋଷଣ ଅଭିଯୋଗ ଆଣିଥିଲେ । ଆଜି କେନ୍ଦୁଝର ବଡବିଲ୍‌ ଅଞ୍ଚଳର ଜଣେ ଯୁବତୀ ଥାନାରେ ଅଭିଯୋଗ କରିଛନ୍ତି । ସୋସିଆଲ୍‌ ମିଡିଆରେ ଭାରି ଆକ୍ଟିଭ ଥିଲେ ରଙ୍ଗିଲା ସାର୍‌ । ଫେସବୁକ୍‌ରେ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇ ପ୍ରଥମେ ଯୁବତୀଙ୍କୁ ପ୍ରେମ ନିବେଦନ କରୁଥିଲେ । ପ୍ରତାରଣା ଓ ବ୍ଲାକ୍‌ମେଲ୍‌ କରିବାରେ ଓସ୍ତାତ ଥିଲା ଅଭିଯୋଗ ହୋଇଛି ।

ଚିନ୍ମୟଙ୍କ ବିରୋଧରେ ରହିଛି ଅଭିଯୋଗର ଲମ୍ବା ତାଲିକା । ଭଦ୍ରକ ଜେଲ୍‌ରେ କିଛି ମହିଳା କଏଦୀଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି । ଏନେଇ ତଦନ୍ତ ଚଳାଇଛି ଜେଲ୍‌ ବିଭାଗ । ଗତକାଲି ଜଣେ ଯୁବତୀ ମହିଳା କମିଶନଙ୍କ ଦ୍ୱାରସ୍ଥ ବି ହୋଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.