Below header

ଭର୍‌ଚୁଆଲ୍‌ କ୍ୟାମ୍ପସ୍‌ ସିଲେକ୍‌ସନ୍‌ : ସିଇଟି ଛାତ୍ରୀ ପାଇଲେ ମାଇକ୍ରୋସପ୍ଟ ଜବ୍‌, ବାର୍ଷିକ ଦରମା ୪୩ ଲକ୍ଷ

ଭୁବନେଶ୍ୱର(କେନ୍ୟୁଜ୍‌) : କରୋନା ଯୋଗୁ ଦେଶରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନ ଏକରକମ ବନ୍ଦ ହୋଇଯାଇଛି । କର୍ମ ସଂସ୍ଥାନରେ କର୍ମଚାରୀଙ୍କୁ ହ୍ରାସ କରାଯାଇଛି । କରୋନା ପାଇଁ ଅଧିକାଂଶ କର୍ମଚାରୀ ଚାକିରି ହରାଇଛନ୍ତି । ଏହି କରୋନା କାଳରେ ଜଣେ ଓଡ଼ିଆ ଝିଅ ଇଂଜିନିୟରିଂ ଚାକିରି ପାଇଛନ୍ତି । ତାହା ପୁଣି ବହୁତ ଭଲ ପ୍ୟାକେଜ୍‌ର ।

ବାର୍ଷିକ ୪୩ ଲକ୍ଷ ଟଙ୍କାର ପ୍ୟାକେଜ୍‌ରେ ଏକ ମାଇକ୍ରୋସପ୍ଟ କମ୍ପାନୀରେ ଚାକିରି ପାଇଛନ୍ତି ଏହି ଛାତ୍ରୀ ଜଣକ । ଛାତ୍ରୀ ହେଉଛନ୍ତି ମୁସ୍କାନ ଖେଡିଆ । ରାଜ୍ୟ ସରକାରଙ୍କ ପରିଚାଳିତ ଭୁବନେଶ୍ୱର ସ୍ଥିତ କଲେଜ ଅଫ୍‌ ଇଂଜନିୟରିଂ ଆଣ୍ଡ ଟେକ୍‌ନୋଲୋଜି କଲେଜ(ସିଇଟି)ର ଛାତ୍ରୀ ।

43 lack up

ଚଳିତ ବର୍ଷର କ୍ୟାମ୍ପସ ସିଲେକ୍‌ସନ୍‌ରେ ସେ ସପ୍ଟ େଓ୍ଵୟାର ଡେଭଲପ୍‌ମେଣ୍ଟ ଇଂଜିନିୟର-୧ ପଦବୀରେ ହାଇଦ୍ରାବାଦରେ ନିଯୁକ୍ତି ପାଇଛନ୍ତି । ଏହି କଲେଜରୁ ଚାକିରି ପାଇଥିବା ଛାତ୍ରୀଙ୍କ ମଧ୍ୟରୁ ମୁସ୍କାନଙ୍କ ପ୍ୟାକେଜ ସର୍ବାଧିକ । ଏହା ପୂର୍ବରୁ ୨୦୧୯-୨୦ ବ୍ୟାଚ୍‌ରେ ଏହି କଲେଜରୁ ବାର୍ଷିକ ୧୭.୪୨ ଲକ୍ଷ ଟଙ୍କା ପ୍ୟାକେଜରେ ଅନ୍ୟ ଜଣେ ଛାତ୍ରୀ ଚାକିରି ପାଇଥିଲେ ।

ହେଲେ ମୁସ୍କାନ ୪୩ ଲକ୍ଷ ଟଙ୍କାର ପ୍ୟାକେଜ ପାଇ ଚାକିରି ଜୀବନର ଏକ ଭଲ ଅଧ୍ୟାୟ ଆରମ୍ଭ କରିଛନ୍ତି । ମୁସ୍କାନ ବଲାଙ୍ଗିରର ଜଣେ ବ୍ୟବସାୟୀ ପରିବାରରୁ ଆସିଛନ୍ତି ।

ବଲାଙ୍ଗିରରେ ତାଙ୍କର ସ୍କୁଲ ଓ କଲେଜ ଶିକ୍ଷା ସମାପ୍ତ ପରେ ସେ ସିଇଟିରେ ନାମ ଲେଖାଇଥିଲେ । ଚଳିତ ବର୍ଷ ତାଙ୍କର ଶିକ୍ଷା ସମାପ୍ତ ପରେ ସେ କ୍ୟାମ୍ପସ୍‌ ସିଲେକ୍‌ସନ୍‌ରେ ଏହି ଚାକିରି ପାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.