Below header

କଟକ: ବମ୍ଫକୁଦ ଅଞ୍ଚଳରେ ବ୍ଲାଙ୍କ ଫାୟରିଂ, ଚେନ ଲୁଟ କରି ଫେରାର ମରିବା ବେଳେ କାବୁ କଲେ ଲୋକେ

କଟକ(କେନ୍ୟୁଜ୍):  ବମ୍ଫକୁଦ ଅଞ୍ଚଳରେ ବ୍ଲାଙ୍କ ଫାୟରିଂ। ଗତକାଲି ସନ୍ଧ୍ୟାରେ ଘଟିଛି ଏହି ଘଟଣା। ଦୁଇ ଜଣ ଦୁର୍ବୃତ୍ତ ଚେନ ଲୁଟ କରି ଫେରାର ହେବାକୁ ଉଦ୍ୟମ ବେଳେ ସେମାନଙ୍କୁ କାବୁ କରିବାକୁ ସ୍ଥାନୀୟ ଲୋକେ ଚେଷ୍ଟା କରିଥିଲେ। ଜଣେ ଦୁର୍ବୃତ୍ତ ଫାଙ୍କା ଗୁଳି ଚାଳନା କରି ଫେରାର ହେବାରେ ସକ୍ଷମ ହୋଇଥିଲା।

ଅନ୍ୟ ଜଣେ ଅପରାଧୀକୁ କାବୁ କରିଥିଲେ ଲୋକେ। ଲୁଟେରାଙ୍କର ଏକ ନମ୍ବର ବିହୀନ ବାଇକ ଜବତ କରିଛି ପୋଲିସ। ଜଣେ ଦୁର୍ବୃତ୍ତକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ସଦର ଥାନା ପୋଲିସ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.