ଆପଣଙ୍କ ସ୍ମାର୍ଟଫୋନ ସ୍ଲୋ ହୋଇଯାଇଛି କି, ତେବେ ଫଲୋ କରନ୍ତୁ ଏହି ଟିପ୍ସ

କିଛି ଦିନ ବ୍ୟବହାର କରିବା ପରେ ପ୍ରାୟ ଲୋକଙ୍କର ଆଣ୍ଡ୍ରଏଡ଼ ସ୍ମାର୍ଟ ଫୋନ ସ୍ଲୋ ହୋଇଯାଏ । ଏହି ସମୟରେ ଫୋନ ଷ୍ଟୋରେଜ ଖାଲି କରିବା ସହ କିଛି ଆପ୍ସକୁ ହଟାଇବା ପାଇଁ ପରାମର୍ଶ ଦିଆଯାଇଥାଏ । ଏହି କାରଣରୁ ୟୁଜରମାନେ ବାଧ୍ୟ ହୋଇ କେତେଗୁଡିଏ ଫାଇଲକୁ ଡିଲିଟ କରିଥାଆନ୍ତି । କିନ୍ତୁ ଏମିତି ବି କିଛି ତରିକା ଅଛି ଯାହା ଦ୍ୱାରା ଆପଣଙ୍କ ଫୋନ ଆଗ ଭଳି ସୁପର ଫାଷ୍ଟ ହୋଇପାରିବ । ଆଉ ଏଥିପାଇଁ କିଛି ବି ଡିଲିଟ କରିବା ଦରକାର ପଡିବ ନାହିଁ । ବାସ ଫୋନର କେତେ ଗୁଡିଏ ସେଟିଂଙ୍ଗସ କୁ ବଦଳାଇ ଆପଣ ନିଜ ଫୋନକୁ ଆଗ ଭଳି କରିପାରିବେ ।

କେମିତି କରିବେ ପରିବର୍ତ୍ତନ :

-ସର୍ବ ପ୍ରଥମେ ଫୋନର ସେଟିଙ୍ଗସକୁ ଯାଆନ୍ତୁ । ସେଠି ସିଷ୍ଟମ ସେଟିଙ୍ଗସ ଅପସନ ନଜର ଆସିବ

-ଏବେ ସେହି ବଟନ ଉପରେ କ୍ଲିକ କରନ୍ତୁ । କିନ୍ତୁ କିଛି ସିଷ୍ଟମରେ ସିଷ୍ଟମ ସେଟିଂସକୁ ଯିବାକୁ ପଡି ନଥାଏ ।

-ଏହି ଫୋନରେ ଆପଣ About phone ଅପସନକୁ ଯାଇପାରିବେ ।

-ଏହି ଅପସନରେ କ୍ଲିକ କରିବା ପରେ Build number ଅପସନ ନଜର ଆସିବ ।

smart phone

-ଯାହା ଉପରେ ଅନେକ ଥର କ୍ଲିକ କରିବାକୁ ପଡିବ । ଏହା ପରେ ଡେଭଲପର୍ସ ଅପସନ ଖୋଲିଯିବ ।

-ଏହା ପରେ Window Animation Scale ଅପସନ ନଜର ଆସିବ । ଯାହା ଉପରେ କ୍ଲିକ କଲେ ଅନେକ ଆନିମେସନ ସ୍କେଲ ଦେଖାଯିବ ।

-ଏହା ପରେ ଆପଣଙ୍କ ଫୋନ ସୁପର ଫାଷ୍ଟ ହୋଇଯିବ ।

-ଯଦି ଏହି ପ୍ରକ୍ରିୟା ଆପଣଙ୍କ ଫୋନରେ କାମ କରୁଥାଏ । ତେବେ ଏହି ପ୍ରକ୍ରିୟା ବାରମ୍ବାର କରିବାକୁ ପଡିବ ।

-Window Animation ଅପସନ ଏକ ଡେଭଲପର୍ସ ଅପସନ । ଯାହାର ବ୍ୟବହାର ଫୋନର ଡ଼ିଜାଇନ ପ୍ରସ୍ତୁତ କରିବା ସମୟରେ ଆବଶ୍ୟକ ହୋଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.