Below header

ଭାରତୀୟ ଗହଣା କାରିଗରଙ୍କ ବିଶ୍ବ ରେକର୍ଡ, ୧୨,୬୩୮ ହୀରାରେ ତିଆରି କଲେ ଗୋଟେ ମୁଦି

ଭାରତୀୟଙ୍କ ପାଖରେ ଦକ୍ଷତା ଭରି ରହିଛି । ଏହା ଆମେ ନିଶ୍ଚିତ ଜାଣିଛେ। ଏମିତି କିଛି କାରନାମା କରି ଦେଖାଇଛନ୍ତି ମେରଠର ୨୫ ବର୍ଷୀୟ ଯୁବ ବ୍ଯବସାୟୀ। ଯିଏକି ୧୨,୬୩୮ ଛୋଟ ଛୋଟ ହୀରାରେ ଏକ ମୁଦି ତିଆରି କରି ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି। ତେବେ ଖାସ କଥା ହେଲା ଏହା ପୂର୍ବରୁ ମଧ୍ୟ ଏହି ରେକର୍ଡ ଭାରତ ନାଁରେ ହିଁ ଥିଲା। ପୂର୍ବରୁ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଥିବା ମୁଦିରେ ୭ ହଜାର ୮୦୧ଟି ହୀରା ଖଚିତ ଥିଲା। ମୁଦି ତିଆରି କରିଛନ୍ତି ମେରଠର ହର୍ଷତ ବଂଶଲ। ସେ କହିଛନ୍ତି ଯେ, ମୁଦିର ଡିଜାଇନ ତିଆରି କରିବାକୁ ତାଙ୍କୁ ବର୍ଷ ବର୍ଷ ସମୟ ଲାଗିଥିଲା।

ଏହି ମୁଦିର ଓଜନ ୧୬୫ ଗ୍ରାମ। ହର୍ଷତ କହିଛନ୍ତି, ଏହି ମୁଦିକୁ ବିକ୍ରି କରିବାକୁ ତାଙ୍କର କୌଣସି ଯୋଜନା ନାହିଁ। ମୁଦି କିଣିବାକୁ ଇଛୁକ ଥିବା ଅନେକ ଗ୍ରାହକଙ୍କୁ ସେ ମନା କରିଦେଇଛନ୍ତି। ହର୍ଷିତ କହିଛନ୍ତି ଯେ  ମୁଦି ବହୁତ ଦାମୀ ଏବଂ ତାଙ୍କ ପାଇଁ ସମ୍ମାନର କଥା।

ring

ସୁରଟକୁ ଭାରତର ହୀରାର ଗଡ଼ ବୋଲି କୁହାଯାଏ। ହର୍ଷିତ କହିଛନ୍ତି, ୧୦ ହଜାରରୁ ଅଧିକ ହୀରାରେ ମୁଦି ତିଆରି କରିବା ତାଙ୍କର ଲକ୍ଷ୍ୟ ଥିଲା। ଏହି ଡିଜାଇନ ଚୟନ କରିବା ପୂର୍ବରୁ ଅନେକ ଡିଜାଇନ ତିଆରି କରି ଡଷ୍ଟବିନରେ ପକାଇଛନ୍ତି। ହର୍ଷିତଙ୍କ କମ୍ପାନୀ ତରଫରୁ ଜାରି ଏକ ବୟାନରେ କୁହାଯାଇଛି ଯେ, ମୁଦିରେ ଥିବା ପ୍ରତ୍ୟେକ ପାଖୁଡାରେ ୮ ପରସ୍ତ ବିଶିଷ୍ଟ ଫୁଲର ଡିଜାଇନ କରାଯାଇଛି। ଏହା ଖୁବ ଦୁର୍ଲଭ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.