ଆଜି ଦ୍ବିତୀୟ ଟି-୨୦ ମ୍ୟାଚ୍, ସିରିଜ ଜିତିବାକୁ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ୍ ଜିତିବା ପରେ ଭାରତର ମନୋବଳ ଦୃଢ଼ ହୋଇଯାଇଛି। ପ୍ରଥମ ମ୍ୟାଚ୍ ରେ ଦମଦାର ବିଜୟ ପରେ ଆଜି ଦ୍ଵିତୀୟ ଟି-୨୦ ମ୍ୟାଚ୍ ଖେଳିବାକୁ ମଇଦାନକୁ ଓହ୍ଲାଇବ। ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା, ଆହତ ଯୋଗୁଁ ଆଜିର ମ୍ୟାଚ୍ ଖେଳିବେିନ। ଟିମ୍ ଇଣ୍ଡିଆ ଦ୍ଵିତୀୟ ଟି-୨୦ ଜିତି କଙ୍ଗାରୁ ଠାରୁ ଦିନିକିଆ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ। ଟେଷ୍ଟ ଶୃଙ୍ଖଳା ପୂର୍ବରୁ ଟି-୨୦ ଶୃଙ୍ଖଳା ଜିତିଲେ ଭାରତୀୟ ଦଳର ମନୋବଳ ବୃଦ୍ଧି ଘଟିବ।

କାନବେରାରେ ତୃତୀୟ ଦିନିକିଆ ଓ ପ୍ରଥମ ଟି-୨୦ ଜିତିବା ପରେ ଏବେ ଭାରତୀୟ ଦଳ ପୁଣି ଥରେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡକୁ ଫେରିଛି। ଜାଡେଜାଙ୍କ ଅନୁପସ୍ଥିତି ଦଳକୁ କିଛିଟା ପ୍ରଭାବ ପକାଇପାରେ ତଥାପି ଦଳର ମନୋବଳ ଉର୍ଦ୍ଧ୍ଵରେ ରହିଛି। ଗତ ମ୍ୟାଚ୍ ରେ ଜାଡେଜା ୨୩ ବଲରୁ ୪୪ ରନର ଅପରାଜିତ ଇନିଂସ ଖେଳି ଭାରତକୁ ଭଲ ସ୍କୋରରେ ପହଞ୍ଚାଇଥିଲେ।

aus

ସେପଟେ ଅଷ୍ଟ୍ରେଲିଆର ଷ୍ଟାର ବ୍ଯାଟ୍ସମ୍ଯାନ ଡେଭିଡ ୱାର୍ଣ୍ଣର ଫିଟ୍ ନାହାନ୍ତି। ତାଛଡା ଅଷ୍ଟ୍ରେଲିଆର ଅଧିନାୟକ ଆରୋନ ଫିଞ୍ଚ ବି ଫିଟ୍ ନାହାନ୍ତି, ଯାହା ଦଳ ପାଇଁ ଚିନ୍ତାର କାରଣ ପାଲଟିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.