ଚୌଦ୍ୱାର : ଅଙ୍ଗନୱାଡି କର୍ମୀ ଚୟନକୁ ନେଇ ସିଡିପିଓଙ୍କୁ ଘେରିଲେ ଆବେଦନକାରୀ

ଚୌଦ୍ୱାର(କେନ୍ୟୁଜ୍) : ଅଙ୍ଗନୱାଡି କର୍ମୀ ଚୟନକୁ ନେଇ ସିଡିପିଓଙ୍କୁ ଘେରିଲେ ଆବେଦନକାରୀ। ଚୌଦ୍ୱାର ପୌରପାଳିକାର ୮ନମ୍ବର ୱାର୍ଡ ଅଙ୍ଗନୱାଡି କର୍ମୀ ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗତ ୩ ତାରିଖରେ କଟକ ଜିଲ୍ଲା ଚୌଦ୍ୱାର ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ ଥିବା ଅଙ୍ଗନୱାଡି କର୍ମୀ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଥିଲା। ୮ନମ୍ବର ୱାର୍ଡଟି ସଂପୂର୍ଣ୍ଣ ଓଟିଏମ୍‌ ଲ୍ୟାଣ୍ଡ ହୋଇଥିବାରୁ ଓଟିଏମ୍‌ କ୍ୱାର୍ଟର ଆଲଟମେଣ୍ଟ , ରାସନକାର୍ଡ, ଭୋଟ ପରିଚୟ ଓ ଆଧାର କାର୍ଡ ସହ ଆବେଦନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସାର୍ଟିଫିକେଟ ପାଇଁ ୧୪ଜଣ ଆବେଦନ କରିଥିବାବେଳେ ମାତ୍ର ୨ଜଣଙ୍କୁ ରେସିଡେନ୍‌ସିଆଲ୍‌ ସାର୍ଟିଫିକେଟ ମିଳିଥିଲା। ଏହାକୁ ନେଇ ବାଦ ପଡିଥିବା ଆବେଦନକାରୀ ସିଡିପିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ସାର୍ଟିଫିକେଟ ଜମା କରିବା ପାଇଁ ସମୟ ମାଗିଥିଲେ। ତେବେ ସିଡିପିଓ କହିଛନ୍ତି ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି, ଖୁବ୍‌ଶୀଘ୍ର ନୂତନ ବିଜ୍ଞପ୍ତି ବାହାରିବ।

Leave A Reply

Your email address will not be published.