Below header

ଗିରଫ ହେଲେ କୁବେର ମୁଖ୍ୟ ଯୋଗାଣ ଅଧିକାରୀ, ଆୟବହିର୍ଭୂତ ସମ୍ପତ୍ତିି ଠୁଳ ମାମଲାରେ ବାନ୍ଧିଲା ଭିଜିଲାନ୍ସ 

ଭୁବନେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କୁ ଗିରଫ କରିଛି ଭିଜିଲାନ୍ସ । ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟ ଓ ସରକାରୀ ବାସଭବନ କରାଯାଇଥିଲା ରେଡ୍ । ଭିଜିଲାନ୍ସ ରେଡ୍ ବଳେ ତାଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା ।

ଭୁବନେଶ୍ୱର (କେନ୍ୟୁଜ): ଗିରଫ ହେଲେ କୁବେର ଯୋଗାଣ ଅଧିକାରୀ । ଭୁବନେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି । ଗତକାଲି ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ସରକାରୀ ବାସଭବନ, ଘର ସମେତ ୮ଟି ସ୍ଥାନରେ ଚଢ଼ାଉ କରିଥିଲେ । ଭୁବନେଶ୍ୱର ଓ ଗଂଜାମରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ । ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟ ଓ ସରକାରୀ ବାସଭବନ କରାଯାଇଥିଲା ରେଡ୍ । ଭିଜିଲାନ୍ସ ରେଡ୍ ବଳେ ତାଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା ।

ଏହା ଭିତରେ ରହିଥିଲା ଭୁବନେଶ୍ବରରେ ୨ଟି ବହୁତଳ କୋଠା ଓ ୨ଟି ଫ୍ଲାଟ୍। ମୋଟ୍ ୫ଟି ପ୍ଲଟ୍ ରହିଛି । ଏଥିରେ ରହିଛି ଭୁବନେଶ୍ବରରେ ୩ଟି ପ୍ଲଟ୍। ବ୍ୟାଙ୍କ ଓ ବୀମାରେ ଜମା ଅଛି ୧ କୋଟି ୪୮ ଲକ୍ଷ ଟଙ୍କା । ୫୩୬ ଗ୍ରାମ୍ ସୁନା ଅଳଙ୍କାର ଜବତ ହୋଇଥିଲା । ରେଡ ବେଳେ ମିଳିଥିଲା ୧ଲକ୍ଷ ୨୧ ହଜାର ନଗଦ କ୍ୟାସ୍ ଜବତ କରିଥିଲା ଭିଜିଲାନ୍ସ । ଏତେ ସମ୍ପତ୍ତି କୁଆଡୁ ଆସିଲା କୌଣସି ସନ୍ତୋଷଜନକ ଉତ୍ତର ଦେଇପାର ନଥିଲେ ପ୍ରଶାନ୍ତ ଗନ୍ତାୟତ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଶାନ୍ତଙ୍କ ଘର ସମେତ ୭ଟି ସ୍ଥାନରେ ଏକକାଳୀନ ରେଡ୍ କରିଥିଲା ଭିଜିଲାନ୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.