ରାଜ୍ୟରେ ତଳ ମୁହାଁ ପାରଦ, ଘନ କୁହୁଡ଼ି ପାଇଁ ଚେତାବନୀ ଜାରି କଲା ପାଣିପାଗ ବିଭାଗ

ରାଜ୍ୟରେ ବଢୁଛି ଶୀତ। ଶୀତ ସହ ବଢୁଛି କୁହୁଡ଼ିର ପରିମାଣ। ୨୨ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡ଼ି ପାଇଁ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। କିଛି ଜିଲ୍ଲାରେ ଦୃଶ୍ୟମାନ ଦୂରତା ଗୋଟିଏରୁ ଦୁଇଟି ସ୍ଥାନରେ ୨୦୦ମିଟର ରୁ କମ ରହିବା ସହ ଘନକୁହୁଡ଼ି ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ବଢୁଛି ଶୀତ। ଶୀତ ସହ ବଢୁଛି କୁହୁଡ଼ିର ପରିମାଣ। ୨୨ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡ଼ି ପାଇଁ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। କିଛି ଜିଲ୍ଲାରେ ଦୃଶ୍ୟମାନ ଦୂରତା ଗୋଟିଏରୁ ଦୁଇଟି ସ୍ଥାନରେ ୨୦୦ମିଟର ରୁ କମ ରହିବା ସହ ଘନକୁହୁଡ଼ି ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ପୁରୀକୁ ଜାରି ହୋଇଛି ୱାର୍ଣ୍ଣିଂ।

ସେପଟେ ଶୀତରେ ଥରୁଛି ସାରା ରାଜ୍ୟ। ଉପକୂଳରୁ ଉପାନ୍ତ ସବୁଠି ଜାଡ଼ର ପ୍ରକୋପ। ୭ଡିଗ୍ରୀ ତାପମାତ୍ରା ଫୁଲବାଣୀ ପାଲଟିଛି ରାଜ୍ୟର ସବୁଠାରୁ ଥଣ୍ଡା ସହର। ଶୀତ ଆହୁରି ୨୪ ଘଣ୍ଟା ଲାଗି ରହିବ। ପରବର୍ତ୍ତୀ ସମୟରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ଶୀତରୁ ଆଶ୍ବସ୍ତି ମିଳିବ ବୋଲି କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.