Below header

ମା’କୁ ଦିଆଯିବନି ବିଜୟିନୀ: ନେବା ପୂର୍ବରୁ ଦେବାକୁ ପଡିବ ପ୍ରମାଣ

ମାଙ୍କୁ ଦିଆଯିବନି ସମ୍ବଲପୁର ରେଙ୍ଗାଲିରେ ବୋରଓ୍ବେଲରୁ ଉଦ୍ଧାର ଶିଶୁକନ୍ୟା । ମା ପାଖରେ ରହିବନି ସୁରକ୍ଷିତ । ବିଜୟିନୀକୁ ଝିଅ ବୋଲି କହିଲେ ମହିଳାଙ୍କୁ ଦେବାକୁ ପଡିବ ପ୍ରମାଣ । ଯେହେତୁ ଜନ୍ମ କଲାପରେ ମହିଳା ଜଣକ ବିଜୟିନୀକୁ ଅଲୋଡ଼ା କରିଦେଇଥିଲେ । ଏନେଇ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସମ୍ବଲପୁର (କେନ୍ୟୁଜ): ମାଙ୍କୁ ଦିଆଯିବନି ସମ୍ବଲପୁର ରେଙ୍ଗାଲିରେ ବୋରଓ୍ବେଲରୁ ଉଦ୍ଧାର ଶିଶୁକନ୍ୟା । ମା ପାଖରେ ରହିବନି ସୁରକ୍ଷିତ । ବିଜୟିନୀକୁ ଝିଅ ବୋଲି କହିଲେ ମହିଳାଙ୍କୁ ଦେବାକୁ ପଡିବ ପ୍ରମାଣ । ଯେହେତୁ ଜନ୍ମ କଲାପରେ ମହିଳା ଜଣକ ବିଜୟିନୀକୁ ଅଲୋଡ଼ା କରିଦେଇଥିଲେ । ଏନେଇ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ନଚେତ ବିଜୟିନୀଙ୍କୁ ପୋଷ୍ୟ ସନ୍ତାନ ପାଇଁ ଯିଏ ଆବେଦନ କରିଥିବେ ତାଙ୍କୁ ଦିଆଯିବ l

ସେପଟେ ମାଆଙ୍କ ମାନସିକ ସ୍ଥିତି ଠିକ୍ ନଥିବାରୁ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ବିଜୟିନୀର ମାକୁ ଖୁବଶୀଘ୍ର ସମ୍ବଲପୁର ଅଣାଯାଇ ତାଙ୍କ ଉପରେ ମାମଲା ଚାଲିବ l ଦିନେ ଦୁଇ ଦିନ ଭିତରେ ସେ ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହେବେ । ଏହାପରେ ତାଙ୍କୁ ପୋଲିସ ପଚରାଉଚରା କରିବ। ଏନେଇ ସମ୍ବଲପୁର ଅତିରିକ୍ତ ଜ଼ିଲ୍ଲାପାଳ ଅଜାମ୍ବର ମହାନ୍ତି ସୂଚନା ଦେଇଛନ୍ତି।

ବିଜୟିନୀ ତାଙ୍କର ଦ୍ବିତୀୟ ସନ୍ତାନ। ଏବେ ଭୀମସାରରେ ସେ ଚିକିତ୍ସାଧୀନ ରହିଛି । ଦୁଇ ଦିନ ତଳେ ତାର ଏକୋଇଶିଆ ପାଳନ କରିବା ସହ ନାମକରଣ କରାଯାଇଥିଲା। ତଦନ୍ତ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.