ଟିମ ଇଣ୍ଡିଆର ଘାତକ ବୋଲିଂ, ୫୫ ରନରେ ଅଲଆଉଟ ହେଲା ଦକ୍ଷିଣ ଆଫ୍ରିକା

କେପଟାଉନ ଟେଷ୍ଟରେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିପର୍ଯ୍ୟୟ । ପ୍ରଥମ ଇନିଂସରେ ୫୫ ରନରେ ଅଲଆଉଟ ହୋଇଛି ଘରୋଇ ଦଳ। ଟସ ଜିତି ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଟିମ ପ୍ରଥମରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ୧୫ ରନରେ ପ୍ରଥମ ୪ଟି ୱିକେଟର ପତନ ହୋଇଥିଲା ।

(କେନ୍ୟୁଜ): କେପଟାଉନ ଟେଷ୍ଟରେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିପର୍ଯ୍ୟୟ । ପ୍ରଥମ ଇନିଂସରେ ୫୫ ରନରେ ଅଲଆଉଟ ହୋଇଛି ଘରୋଇ ଦଳ। ଟସ ଜିତି ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଟିମ ପ୍ରଥମରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ୧୫ ରନରେ ପ୍ରଥମ ୪ଟି ୱିକେଟର ପତନ ହୋଇଥିଲା । ପରେ ଏହିଧାରା ବଜାୟ ରହିଥିଲା । ଭାରତୀୟ ବୋଲରଙ୍କ ଆଗରେ ଦକ୍ଷିଣ ଆଫ୍ରିକା ଖେଳାଳି ଆତ୍ମସମର୍ପଣ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ସିରାଜ ଛଅଟି ୱିକେଟ ନେଇ ଘରୋଇ ଦଳର ବ୍ୟାଟିଂ ଲାଇନଙ୍କୁ ଧ୍ବସ୍ତ କରିଛନ୍ତି । ବୁମରାଙ୍କୁ ୨ ଓ ମୁକେଶ କୁମାରଙ୍କୁ ୨ଟି ଲୋଖାଏଁ ୱିକେଟ ମିଳିଛି। ସାଉଥ ଆଫ୍ରିକା ଟିମର ୯ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଭାରତ ବିପକ୍ଷ ଟେଷ୍ଟ ଇତିହାସରେ ଦକ୍ଷିଣ ଆଫ୍ରିକାର ଏହା ସର୍ବନିମ୍ନ ଟେଷ୍ଟ ସ୍କୋର।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.