Below header

ରାଜସ୍ବ ଆଦାୟ ନେଇ ବିଏମସିର କଠୋର ଆଭିମୁଖ୍ୟ, ୧୫ ତାରିଖ ସୁଦ୍ଧା ବକେୟା ଦେବାକୁ ପଠାଇବ ନୋଟିସ

ରାଜସ୍ବ ଆଦାୟ ନେଇ ବିଏମସିର କଠୋର ଆଭିମୁଖ୍ୟ । ଅଧିକ ରାଜସ୍ବ ବକେୟା ଥିବା ଗୃହ ଓ ଅନୁଷ୍ଠାନକୁ ୧୫ ତାରିଖ ସୁଦ୍ଧା ଡିମାଣ୍ଡ ନୋଟିସ ପଠାଇବ ବିଏମସି ।ତେବେ ଜନସାଧାରଣଙ୍କୁ ଅନଲାଇନ ରେ ଏବଂ ଅଫଳାଇନ ରେ ଟ୍ୟାକ୍ସ ପୈଠ କରିବାକୁ କହିଛି ବିଏମସି। ଟ୍ୟାକ୍ସ ପୈଠ ପାଇଁ ସଚେତନତା ସୃଷ୍ଟି କରିବାକୁ ଯୋନ ସ୍ତରରେ ସଚେତନତା ରଥ ବୁଲି ବାକୁ କହିଛି ବିଏମସି।

ଭୁବନେଶ୍ୱର (କେନ୍ୟୁଜ): ରାଜସ୍ବ ଆଦାୟ ନେଇ ବିଏମସିର କଠୋର ଆଭିମୁଖ୍ୟ । ଅଧିକ ରାଜସ୍ବ ବକେୟା ଥିବା ଗୃହ ଓ ଅନୁଷ୍ଠାନକୁ ୧୫ ତାରିଖ ସୁଦ୍ଧା ଡିମାଣ୍ଡ ନୋଟିସ ପଠାଇବ ବିଏମସି । ବାସଗୃହ ପଞ୍ଜିକରଣ କରାଇ ବ୍ୟବସାୟିକ ପ୍ରତିଷ୍ଠାନ ଚଳାଉଥିଲେ ବିଏମସି ନେବ କାର୍ଯ୍ୟାନୁଷ୍ଠାନ । ହୋଲ୍ଡିଂ ଟ୍ୟାକ୍ସ ଦେବା ପାଇଁ ବୁଲିବ ସଚେତନତା ରଥ । ରାଜଧାନୀ ରେ ରାଜସ୍ବ ବା ହୋଲ୍ଡିଂ ଟ୍ୟାକ୍ସ ଆଦାୟ ନେଇ ବିଏମସି ନେଇଛି ସ୍ଵତନ୍ତ୍ର ପଦକ୍ଷେପ। ଟ୍ୟାକ୍ସ ଫାଙ୍କିଥିବା ବା ସମ୍ପତ୍ତି ର ସଠିକ ଆକଳନ କରିନଥିବା ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବିଏମସି। ଅଧିକ ଟ୍ୟାକ୍ସ ବକେୟା ରଖିଥିବା ମାଲିକ ମାନଙ୍କୁ ନୋଟିସ ଦିଆଯିବା ସହ ଆବଶ୍ୟକ ହେଲେ ପବ୍ଲିକ ଡିମାଣ୍ଡ ରିକଭରି ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିବ ବିଏମସି।

ତେବେ ଜନସାଧାରଣଙ୍କୁ ଅନଲାଇନ ରେ ଏବଂ ଅଫଳାଇନ ରେ ଟ୍ୟାକ୍ସ ପୈଠ କରିବାକୁ କହିଛି ବିଏମସି। ଟ୍ୟାକ୍ସ ପୈଠ ପାଇଁ ସଚେତନତା ସୃଷ୍ଟି କରିବାକୁ ଯୋନ ସ୍ତରରେ ସଚେତନତା ରଥ ବୁଲି ବାକୁ କହିଛି ବିଏମସି। ସେହିପରି ସଫେଇ ଗାଡ଼ିରେ ମଧ୍ୟ ସଚେତନତା କରାଯିବାକୁ ଯୋଜନା ରହିଛି। ଚଳିତବର୍ଷ ରେ ବିଏମସି ରେ ରାଜସ୍ବ ୧୧୫ କୋଟି ଆଦାୟ ଲକ୍ଷ ରଖାଯାଇଥିବା ବେଳେ ମାତ୍ର ୨୬ ପ୍ରତିଶତ ଟ୍ୟାକ୍ସ ସଂଗ୍ରହ ହୋଇଛି। ଲୋକଙ୍କ ଟ୍ୟାକ୍ସ ପୈଠ ନକରିବା କୁ ଲକ୍ଷ୍ୟରେ ରଖି କଠୋର ହୋଇଛି ବିଏମସି। ଏନେଇ ଆଜି ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକ ରେ ଏହି ନିଷ୍ପତ୍ତି ନିଆଯାଇଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.