ଖୁବଶୀଘ୍ର ଲଞ୍ଚ ହେବ ଚେତକ ଇଲେକ୍ଟ୍ରିକ୍ ସ୍କୁଟର ପ୍ରିମିୟମ୍ ଭାରିଆଣ୍ଟ, ଅପେକ୍ଷାରେ ଗ୍ରାହକ

ଲିକ୍ ହୋଇଥିବା ସୂଚନା ଅନୁସାରେ ଅର୍ବାନ ଏବଂ ପ୍ରିମିୟମ୍ ଭାରିଆଣ୍ଟ ମଧ୍ୟରେ ପାର୍ଥକ୍ୟ କଣ ଅଛି ତାହା ଜଣା ପଡ଼ିଛି । ନୂଆ ଇ-ସ୍କୁଟରର ଡିଜାଇନ୍ ଏବଂ ଫିଚରରେ ଅନେକ ପରିବର୍ତ୍ତନ ଆସିପାରେ ବୋଲି କୁହାଯାଉଛି ।

ବଢ଼ୁଛି ଇଲେକ୍ଟ୍ରିକ୍‌ ସ୍କୁଟରର ଚାହିଦା । ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବିଭିନ୍ନ କମ୍ପାନୀ ଗୁଡ଼ିକ ନୂଆ ନୂଆ ଭାରିଆଣ୍ଟର ଇଲେକ୍ଟ୍ରିକ୍‌ ସ୍କୁଟର ଲଞ୍ଚ କରୁଛନ୍ତି । ତେବେ ବଜାଜ ଅଟୋ ଦେଶର ଏକ ଲୋକପ୍ରିୟ କମ୍ପାନୀ ଭାବରେ ବେଶ୍‌ ଜଣାଶୁଣା । ଏହି କମ୍ପାନୀ ଆସନ୍ତା ସପ୍ତାହ ଜାନୁଆରୀ ୯ରେ ଅପଡେଟ୍ ଚେତକ ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ କରିବାକୁ ପ୍ଲାନ କରିଛି । ଅପକମିଂ ଇଲେକ୍ଟ୍ରିକ୍‌ ସ୍କୁଟର ଚେତକର ଏକ ପ୍ରିମିୟମ୍ ଭାରିଆଣ୍ଟ ହେବ, ଯେଉଁଥିରେ ଅନେକ ଫିଚର ସାମିଲ ହେବ ବୋଲି ଆଶା କରାଯାଉଛି । ଏହାର ଡିଜାଇନ୍ ଏବଂ ମେକାନିକ୍ସରେ ଅନେକ ପରିବର୍ତ୍ତନ ହୋଇପାରେ । ଡିସେମ୍ବର ୨୦୨୩ରେ କମ୍ପାନୀ ଚେତକର ଅର୍ବାନ ଭାରିଆଣ୍ଟ ଲଞ୍ଚ କରିଥିଲା । ଲିକ୍ ହୋଇଥିବା ସୂଚନା ଅନୁସାରେ ଅର୍ବାନ ଏବଂ ପ୍ରିମିୟମ୍ ଭାରିଆଣ୍ଟ ମଧ୍ୟରେ ପାର୍ଥକ୍ୟ କଣ ଅଛି ତାହା ଜଣା ପଡ଼ିଛି । ନୂଆ ଇ-ସ୍କୁଟରର ଡିଜାଇନ୍ ଏବଂ ଫିଚରରେ ଅନେକ ପରିବର୍ତ୍ତନ ଆସିପାରେ ବୋଲି କୁହାଯାଉଛି ।

ବଜାଜ୍‌ ଚେତକ ଅଲ-ମେଟାଲ ବଡି ସହିତ ଆସୁଥିବା ଏକମାତ୍ର ଇଲେକ୍ଟ୍ରିକ୍‌ ସ୍କୁଟର ଯାହା ୨୦୨୦ରେ ଲଞ୍ଚ କରାଯାଇଥିଲା । ଡିଜାଇନ୍ ବିଷୟରେ କହିବାକୁ ଗଲେ, ନୂଆ ବଜାଜ୍‌ ଚେତକ୍ ପ୍ରିମିୟମ୍ ଭାରିଆଣ୍ଟରେ ଥିବା ରାଉଣ୍ଡ LCD ୟୁନିଟ୍ ସ୍ଥାନରେ ଏକ ନୂଆ TFT ସ୍କ୍ରିନ୍ ଯୋଡାଯିବ ।

ଏହି ସ୍କୁଟରରେ ଆଡଭାନ୍ସଡ୍‌ ଡିସପ୍ଲେ, ଟର୍ନ-ବାଇ-ଟର୍ନ ନେଭିଗେସନ୍, ଟାୟାର୍ ପ୍ରେସର ମନିଟରିଂ ସିଷ୍ଟମ୍ (TPMS), ରିମୋଟ୍ ଲକ୍ / ଅନଲକ୍, ବ୍ଲୁଟୁଥ୍ କନେକ୍ଟିଭିଟି ଭଳି ଅନେକ ଫିଚର ଦିଆଯାଇଛି । ଏହା ବ୍ୟତୀତ ସିଟ୍ ଷ୍ଟୋରେଜକୁ ୧୮ ଲିଟରରୁ ୨୧ ଲିଟରକୁ ବୃଦ୍ଧି କରାଯାଇଥିବା କୁହାଯାଉଛି ।

ନୂଆ ଇଲେକ୍ଟ୍ରିକ୍ ସ୍କୁଟରରେ ୩.୨ kWhର ଏକ ବଡ ବ୍ୟାଟେରୀ ପ୍ୟାକ୍ ରହିବ, ଯାହା ଫୁଲ୍‌ ଚାର୍ଜରେ ୧୨୭ କିଲୋମିଟରର ରେଞ୍ଜ ଦେବ । ଏହାର ବ୍ୟାଟେରୀ ପ୍ୟାକ୍ ୦-୧୦୦% ଚାର୍ଜ ହେବାକୁ ୪.୩୦ ଘଣ୍ଟା ସମୟ ନେବ । ନୂଆ ଭାରିଆଣ୍ଟର ଟପ୍ ସ୍ପିଡ୍ ଘଣ୍ଟା ପ୍ରତି ୭୩ କିଲୋମିଟର ରହିବ ବୋଲି କୁହାଯାଉଛି ।

ସୂଚନା ଥାଉ କି ବଜାଜ୍‌ ଏହାର ନୂଆ ଇଲେକ୍ଟ୍ରିକ୍ ସ୍କୁଟର ‘ଚେତକ ଅର୍ବାନ’ ଭାରିଆଣ୍ଟକୁ ଗତ ମାସରେ ଲଞ୍ଚ କରିଥିଲା । ଏହାର ମୂଲ୍ୟ ୧.୧୫ ଲକ୍ଷ ଟଙ୍କା ରହିଛି । ଏହି ଇଲେକ୍ଟ୍ରିକ୍ ସ୍କୁଟର ଫୁଲ୍‌ ଚାର୍ଜରେ ୧୧୩ କିଲୋମିଟର ରେଞ୍ଜ ଦେଇଥାଏ । ବଜାଜ୍‌ ଚେତକ ଇଲେକ୍ଟ୍ରିକ୍ ସ୍କୁଟରରେ ଏକ ଲିଥିୟମ୍-ଆୟନ ବ୍ୟାଟେରୀ ପ୍ୟାକ୍ ରହିଛି ଏବଂ ଏହା ଇକୋ ମୋଡ୍ ରେ ୯୦ କିଲୋମିଟର ଏବଂ ସ୍ପୋର୍ଟ୍ ମୋଡ୍ ରେ ୮୦ କିଲୋମିଟର ରେଞ୍ଜ ଦେଇଥାଏ । ଏଥିରେ ଲାଗିଥିବା ମୋଟର ୨୦ Nmର ଟର୍କ ଜେନେରେଟ କରେ ।

ବଜାଜ ଚେତକର ନୂଆ ଭାରିଆଣ୍ଟ ମାତ୍ର ୫ ଘଣ୍ଟା ମଧ୍ୟରେ ଫୁଲ୍‌ ଚାର୍ଜ ହୋଇପାରିବ । ଏଥିରେ LCD ଇନଷ୍ଟମେଣ୍ଟ କ୍ଲଷ୍ଟର, ବଡି କଲର ରିୟର ଭ୍ୟୁ ମିରର୍‌ , ଡୁଆଲ୍-ଟୋନ୍ ସିଟ୍, ହ୍ଵିଲ୍ସ ରିମ୍ସ ଉପରେ ଡିକଲ୍ ବ୍ରାଣ୍ଡିଂ, ପିଲିଅନ୍ ଫୁଟରେଷ୍ଟ, 4G କନେକ୍ଟିଭିଟି ସହିତ ଆହୁରି ଅନେକ ଫିଚର ସାମିଲ ରହିଛି । ଏହି ସ୍କୁଟର ମାର୍କେଟରେ ଭଲ ବିକ୍ରି ହେବ ବୋଲି ଆଶା କରାଯାଉଛି । କାହିଁକି ନା ଏହାର ଫିଚର ଖୁବ ଦମଦାର ରହିଛି ତେଣୁ ଲୋକମାନେ ଏହାକୁ ଖୁବ୍‌ ପସନ୍ଦ କରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.