Below header

ସମଲିଙ୍ଗି ହତ୍ୟାକାଣ୍ଡ ଘଟଣା, ଗିରଫ ହେଲା ଅଭିଯୁକ୍ତ

ରଶ୍ମିରଞ୍ଜନଙ୍କ ମାଆ ଦିନ ଦୁଇଟା ବେଳକୁ ଆସି କବାଟ ଚାବି ପଡିଥିବା ଦେଖିଥିଲେ । ରଶ୍ମିରଞ୍ଜନଙ୍କୁ ଫୋନ କରିଥିଲେ । ହେଲେ ରଶ୍ମିରଞ୍ଜନ ଫୋନ ନ ଉଠାଇବାରୁ କବାଟ ଭାଙ୍ଗିଦେଇଥିଲେ । ଆଉ କବାଟ ଭାଙ୍ଗିବା ପରେ ହଠାତ୍‌ ଯାହା ଦେଖିଥିଲେ ନିଜ ଆଖିକୁ ବିଶ୍ୱାସ କରିପାରିନଥିଲେ । ରଶ୍ମିରଞ୍ଜନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଥିବାର ଦେଖିଥିଲେ ମା। ପୁଅକୁ ଏପରି ଅବସ୍ଥାରେ ଦେଖି ସହିପାରିନଥିଲେ ଚିତ୍କାର କରି ସମସ୍ତଙ୍କୁ ଡାକିଥିଲେ ।

ପୁଅକୁ ଦେଖି କୋହ ସମ୍ଭାଳି ପାରୁନି ମା । ପୁଅର ଶବକୁ ଧରି କାନ୍ଦି କାନ୍ଦି ତଳେ ଗଡ଼ି ଯାଉଛି । କାହାରି ଆଖିରୁ ଶୁଖୁନି ଲୁହ । ଏହି କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୂରା ପରିବେଶ । କାନ୍ଦି କାନ୍ଦି ମା’ ଜଣକ ଅଭିଯୋଗ କରୁଛି ମୋ ପୁଅକୁ ମାରିଦେଲା ମାରିଦେଲା । ହଁ ଆଜ୍ଞା, ପୂର୍ବରୁ ଆମେ ପ୍ରେମିକ ପ୍ରେମିକାକୁ ହତ୍ୟା କରିବା ଘଟଣା, ବାପ ପୁଅକୁ ହତ୍ୟା କରିବା ଭଳି ଘଟଣା ଅନେକ ଥର ଆମ ସାମ୍ନାକୁ ଆସୁଛି । କିନ୍ତୁ ଏହି ହତ୍ୟାକାଣ୍ଡ ସବୁ ହତ୍ୟାକାଣ୍ଡ ଠାରୁ ଟିକିଏ ଭିନ୍ନ । ସମଲିଙ୍ଗୀ ସମ୍ପର୍କକୁ ନେଇ ହୋଇଛି ହତ୍ୟାକାଣ୍ଡ । ଏଭଳି ଅଭାବନୀୟ ଘଟଣା ବେଗୁନିଆ ବ୍ଲକ ଶଗଡଭଙ୍ଗା ଗାଁରେ ହତ୍ୟାକାଣ୍ଡ ଘଟିଛି ।

ସୂଚନା ଅନୁଯାୟୀ, ଶଗଡଭଙ୍ଗା ଗାଁର ରଶ୍ମିରଞ୍ଜନ ବଳିୟାରସିଂହ ନାମକ ଜଣେ ଯୁବକ ଏକ ଯାତ୍ରାରେ ରୋଲ କରିବା ପାଇଁ ଚନ୍ଦନପୁର ଅଞ୍ଚଳର ସୋମନାଥ ଲାଥ ନାମକ ଜଣେ ତୃତିୟଲିଙ୍ଗିକୁ ଆଣି ନିଜ ଘରେ ରଖିଥିଲେ। ତାଙ୍କ ସହିତ ମିଳାମିଶା କରୁଥିବା ନେଇ ମଧ୍ୟ ଶୁଣିବାକୁ ମିଳୁଥିଲା ।
ହେଲେ କୌଣସି କାରଣକୁ ନେଇ ଦିନରେ ରଶ୍ମିରଞ୍ଜନଙ୍କ ପରିବାର ଲୋକେ ବାହାରକୁ ଯାଇଥିଲେ । ପରିବାର ଲୋକେ ଘରେ ନ ଥିବା ସୁଯୋଗ ପାଇ ରଶ୍ମିରଞ୍ଜନଙ୍କୁ ଘର ଭିତରେ ତୃତିୟଲିଙ୍ଗି ସୋମନାଥ ଲାଥ ଲୁହାରଡରେ ଆକ୍ରମଣ କରିଥିଲା। ରଶ୍ମିରଞ୍ଜନଙ୍କ ମୃତ୍ୟୁ ହେବା ପରେ ସୋମନାଥ ତାଙ୍କ ଘରୁ ଟଙ୍କା ସହିତ କିଛି ସୁନା ଅଳଙ୍କାର ଲୁଟ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।

ରଶ୍ମିରଞ୍ଜନଙ୍କ ମାଆ ଦିନ ଦୁଇଟା ବେଳକୁ ଆସି କବାଟ ଚାବି ପଡିଥିବା ଦେଖିଥିଲେ । ରଶ୍ମିରଞ୍ଜନଙ୍କୁ ଫୋନ କରିଥିଲେ । ହେଲେ ରଶ୍ମିରଞ୍ଜନ ଫୋନ ନ ଉଠାଇବାରୁ କବାଟ ଭାଙ୍ଗିଦେଇଥିଲେ । ଆଉ କବାଟ ଭାଙ୍ଗିବା ପରେ ହଠାତ୍‌ ଯାହା ଦେଖିଥିଲେ ନିଜ ଆଖିକୁ ବିଶ୍ୱାସ କରିପାରିନଥିଲେ । ରଶ୍ମିରଞ୍ଜନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଥିବାର ଦେଖିଥିଲେ ମା। ପୁଅକୁ ଏପରି ଅବସ୍ଥାରେ ଦେଖି ସହିପାରିନଥିଲେ ଚିତ୍କାର କରି ସମସ୍ତଙ୍କୁ ଡାକିଥିଲେ । ପରେ ସ୍ଥାନୀୟ ଲୋକେ ଜଙ୍କିଆ ପୋଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଥିଲା । ଏନେଇ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ତେବେ ଏହି ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଲୁଟ୍‌ ପାଇଁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.