ପାଟନା ବିମାନବନ୍ଦରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ, ମନ୍ତ୍ରୀ ସଞ୍ଜୟ ଝାଙ୍କ ସମେତ ଯାତ୍ରୀ ଭୟଭୀତ

ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ ପାଟନା ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ବୁଧବାର ଦ୍ୱିପ୍ରହରରେ ଇଣ୍ଡିଗୋର ଫ୍ଲାଇଟ୍‌ ସଂଖ୍ୟା 6E 2074ରେ ବୈଷୟିକ ତ୍ରୁଟି ଦେଖାଯାଇଥିଲା, ଯେଉଁ କାରଣରୁ ବିମାନକୁ ଏମରଜେନ୍ସି ଲ୍ୟାଣ୍ଡ କରାଇବାକୁ ପଡ଼ିଥିଲା।

ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ ପାଟନା ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ବୁଧବାର ଦ୍ୱିପ୍ରହରରେ ଇଣ୍ଡିଗୋର ଫ୍ଲାଇଟ୍‌ ସଂଖ୍ୟା 6E 2074ରେ ବୈଷୟିକ ତ୍ରୁଟି ଦେଖାଯାଇଥିଲା, ଯେଉଁ କାରଣରୁ ବିମାନକୁ ଏମରଜେନ୍ସି ଲ୍ୟାଣ୍ଡ କରାଇବାକୁ ପଡ଼ିଥିଲା। କୁହାଯାଉଛି ଯେ ବିମାନରେ ମୋଟ ୧୮୭ ଜଣ ଯାତ୍ରୀ ଥିଲେ। ସମସ୍ତେ ସୁରକ୍ଷିତ ଅଛନ୍ତି। ତେବେ ବିମାନର ହଠାତ୍‌ ଏମରଜେନ୍ସି ଲ୍ୟାଣ୍ଡିଂ ଖବର ଶୁଣି ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। ପାଇଲଟ୍‌ ନିଜର ଉପସ୍ଥିତ ବୁଦ୍ଧି ବଳରେ ବିମାନକୁ ଜରୁରୀ ଅବତରଣ କରାଇଥିଲେ।

ଏମରଜେନ୍ସି ଲ୍ୟାଣ୍ଡିଂକୁ ନେଇ ବିମାନବନ୍ଦରର ଜଣେ କର୍ମଚାରୀ କହିଛନ୍ତି, ଇଣ୍ଡିଗୋ ବିମାନ ପାଟନା ଏୟାରପୋର୍ଟରୁ ୧୨ଟା ୫୮ ମିନିଟ୍‌ରେ ଦିଲ୍ଲୀ ପାଇଁ ଉଡ଼ାଣ ଭରିଥିଲା। ଉଡ଼ାଣ ଭରିବାର ହଠାତ୍‌ ୩୫ ମିନିଟ୍‌ ଭିତରେ ଅର୍ଥାତ୍‌ ୧ଟା ୩୩ ମିନିଟ୍‌ରେ ପୁଣି ପାଟନାରେ ଲ୍ୟାଣ୍ଡ କରିଥିଲା। ତେବେ ବୈଷୟିକ ତ୍ରୁଟି ଯୋଗୁ ବିମାନର ଏମରଜେନ୍ସି ଲ୍ୟାଣ୍ଡ୍‌ କରାଯାଇଥିଲା।

ସୂଚନା ଅନୁସାରେ, ଏହି ବିମାନରେ ବିହାର ସରକାରଙ୍କ ମନ୍ତ୍ରୀ ସଞ୍ଜୟ ଝା ମଧ୍ୟ ଥିଲେ। ସେ ପାଟନାରୁ ଦିଲ୍ଲୀ ଯାଉଥିଲେ। ଟେକ୍ନିକାଲ ତ୍ରୁଟି ଯୋଗୁ ତାଙ୍କୁ ପାଟନା ଫେରିବାକୁ ପଡ଼ିଛି। ଖବର ଲେଖାଯିବା ବେଳକୁ ସମସ୍ତ ଯାତ୍ରୀ ବିମାନକୁ ଅପେକ୍ଷା କରି ରହିଥିବା ବେଳେ ମନ୍ତ୍ରୀ କିନ୍ତୁ ଆଉ ଦିଲ୍ଲୀ ଯାଇ ନ ଥିଲେ। ସେ ପାଟନାସ୍ଥିତ ନିଜ ବାସଭବନକୁ ଫେରି ଆସିଥିଲେ। ସେ କହିଛନ୍ତି ଯେ ବିମାନରେ ଏପରି ତ୍ରୁଟି ସାଧାରଣ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.